ଦେଶ- ବିଦେଶ

କାହିଁକି ସ୍ୱିଡେନ୍‌ ଛାଡୁଛନ୍ତି ଭାରତୀୟ ? ସାମ୍ନାକୁ ଆସିଲା ସତ.

ନୂଆଦିଲ୍ଲୀ ୨୬।୦୮ : ସବୁ ଦେଶରେ ପ୍ରାୟତଃ ଭାରତୀୟମାନେ ବସବାସ କରୁଛନ୍ତି । ନିଜର କୌଶଳ ଏବଂ କାମ ପାଇଁ ବେଶ୍ ପରିଚିତ ଭାରତୀୟ । ହେଲେ ଏସବୁ ଭିତରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସ୍ୱିଡେନ୍ରୁ ଦ୍ରୁତ ଗତିରେ ହ୍ରାସ ପାଉଛି ଭାରତୀୟଙ୍କ ସଂଖ୍ୟା । ଗତ ଦୁଇ ଦଶକରେ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ରେକର୍ଡ ହୋଇଛି।

ଚୀନ୍, ଇରାକ, ସିରିଆ ନୁହେଁ ସ୍ୱିଡେନ୍ରୁ ଦ୍ରୁତ ଗତିରେ ଦେଶ ଛାଡୁଛନ୍ତି ଲୋକ ।

ଏକ ରିପୋର୍ଟ ଅନୁସାରେ, ୧୯୯୮ ପରେ ପ୍ରଥମ ଥର ସ୍ୱିଡେନ୍ରୁ ଏକ ବର୍ଷର ଛଅ ମାସ ମଧ୍ୟରେ ଏତେ ପରିମାଣରେ ଭାରତୀୟ ଦେଶ ଛାଡିଛନ୍ତି । ଏଥିର ଭାରତୀୟ ପ୍ରବାସୀଙ୍କ ସଂଖ୍ୟା ଅଧିକ । ଚୀନ୍, ଇରାକ, ସିରିଆ ଛାଡିଥିବା ଲୋକଙ୍କ ସଂଖ୍ୟା ଠାରୁ ବି ଅଧିକା । ୨୦୨୩ରେ ସ୍ୱିଡେନ୍ ଛାଡିଥିବା ଭାରତୀୟଙ୍କ ସଂଖ୍ୟା ୫୮, ୦୯୪ ଥିଲା । ଏବେ ଜାନୁଆରୀରୁ ଜୁନ୍ ମଧ୍ୟରେ ଅତିକମ୍ରେ ୨୮୩୭ ଭାରତୀୟ ଲୋକ ସ୍ୱିଡେନ୍ ଛାଡିଥିବା ଅନୁମାନ କରାଯାଉଛି । ଗତ ବର୍ଷ ତୁଳନାରେ ସ୍ୱିଡେନ୍ ଛାଡିଥିବା ଭାରତୀୟ ସଂଖ୍ୟା ପ୍ରାୟ ୧୭୧ ପ୍ରତିଶତ ବୋଲି ଆକଳନ କରାଯାଇଛି । ଗତ ବର୍ଷ ଜାନୁଆରୀ ଏବଂ ଜୁନ୍ ମଧ୍ୟରେ ୧୦୪୬ ଲୋକ ସ୍ୱିଡେନ୍ ଛାଡିଥିଲେ ।

ତେବେ ସ୍ୱିଡେନ୍-ଭାରତ ଟ୍ରେଡ୍ କାଉନ୍ସିଲ୍ର ଜଣେ ଅଧିକାରୀଙ୍କ ମୁତାବିକ, କେବଳ ଆମେ ଏହି ତଥ୍ୟକୁ ଦେଖି କୌଣସି ନିର୍ଯ୍ୟାସରେ ପହଞ୍ଚିବା ଠିକ୍ ନୁହେଁ । ପ୍ରବାସୀମାନେ ଦେଶ ଛାଡିବା ପଛରେ ହୁଏତ ଆଉ କିଛି କାରଣ ହୋଇଥାଇପାରେ । ଆମକୁ ପୁରା ବର୍ଷ ଅପେକ୍ଷା କରିବାକୁ ପଡିବ । ତାପରେ ଯାଇ ଦେଶ ଛାଡିବାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ଏପିରିକି ସେମାନେ କିଛି କାରଣ ପାଇଁ ଦେଶ ଛାଡିଥାଇପାରନ୍ତି ବୋଲି ଅନୁମାନ କରୁଛି । ଯେପରି କି ଅନ୍ୟ ସ୍ଥାନରେ ରହିବାକୁ ମନ, ଦେଶରେ ଆପାର୍ଟମେଣ୍ଟ ସଂଖ୍ୟା କମ୍, ଆଇଟି ସେକ୍ଟରରେ ଛଟେଇ, କଡ଼ା ଭିସା ନିୟମ ହୋଇପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button