ଦେଶ- ବିଦେଶ

ମାଲାୟାଲାମ ଇଣ୍ଡଷ୍ଟ୍ରିରେ ଯୌନ ନିର୍ଯାତନା ; ଅଭିନେତ୍ରୀଙ୍କ ଅଭିଯୋଗ ପରେ ଚଳଚ୍ଚିତ୍ର ଏକାଡେମୀରୁ ଇସ୍ତଫା ଦେଲେ ଅଭିନେତା ସିଦ୍ଦିକି

ମୁମ୍ଵାଇ ୨୬।୦୮: ମାଲାୟାଲାମ ଅଭିନେତା ସିଦ୍ଦିକିଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଜଣେ ଅଭିନେତ୍ରୀ ତାଙ୍କ ନାଁରେ ଏଭଳି ଅଭିଯୋଗ ଆଣିବା ପରେ ବର୍ତ୍ତମାନ ସିଦ୍ଦିକି ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସାଧାରଣ ସମ୍ପାଦକ (AMMAର ଜେନେରାଲ ସେକ୍ରେଟାରୀ) ପଦରୁ ଇସ୍ତଫା ଦେଇଛନ୍ତି । ସେତିକି ନୁହେଁ ମାଲାୟାଲମ୍ ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ।

ଏହା ପରେ ରଞ୍ଜିତ ମଧ୍ୟ କେରଳ ଚଳଚ୍ଚିତ୍ର ଏକାଡେମୀର ସଭାପତି ପଦ ଛାଡିଛନ୍ତି । ଏମ୍ଏମ୍ଏ ଉପାଧ୍ୟକ୍ଷ ଜୟନ୍ ଚର୍ଥାଲା ଏହା ନିଶ୍ଚିତ କରିଛନ୍ତି।

ସିଦ୍ଦିକଙ୍କ ବିରୋଧରେ ଅଭିନେତ୍ରୀ ରେବତୀ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଇସ୍ତଫା ଦେବା ପରେ ଅଭିନେତା ସିଦ୍ଦିକି ଗଣମାଧ୍ୟମ ସହ କଥାବାର୍ତ୍ତା ହୋଇଛନ୍ତି । ଏହି ସମୟରେ ସେ କହିଛନ୍ତି, ”ମୁଁ ସଂଗଠନର ସଭାପତି ମୋହନଲାଲଙ୍କୁ ମୋର ସରକାରୀ ଇସ୍ତଫା ଦେଇଛି । ମୋ ବିରୋଧରେ ଅଭିଯୋଗ ଥିବାରୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି । ଏସବୁ ଘଟଣା ପରେ ପଦବୀରେ ଆଉ ରହିପାରିବେ ନାହିଁ। ଯେତେବେଳେ ଅଭିନେତ୍ରୀ ପ୍ରଥମେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ ସେତେବେଳେ ସିଦ୍ଦିକି ତାଙ୍କୁ ଝିଅ ବୋଲି କହିଥିଲେ । ପରେ ଫିଲ୍ମ ବିଷୟରେ କଥା ହେବାକୁ ନେଇ ହୋଟେଲ ରୁମ୍କୁ ଡାକିଥିଲେ। ସେଠାରେ ସେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ମାର୍ପିଟ୍ କରିଥିଲେ। କେବଳ ସେତିକି ନୁହେଁ ସେ ନିଜ ଅଭିଯୋଗରେ ସିଦ୍ଦିକିଙ୍କୁ କ୍ରିମିନାଲ ବୋଲି ମଧ୍ୟ କହିଛନ୍ତି। ମୁଁ ଗୁରୁତର ମାନସିକ ଆଘାତ ଦେଇ ଗତି କରିଛି। ଏହା ମୋର ବୃତ୍ତିଗତ ଜୀବନକୁ ମଧ୍ୟ ପ୍ରଭାବିତ କରିଛି।

ସେହିପରି ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ନିର୍ମାତା ରଞ୍ଜିତଙ୍କ ବିରୋଧରେ ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ମିତ୍ରା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ରଞ୍ଜିତ ତାଙ୍କୁ ଏକ ଫିଲ୍ମର ଅଡିସନ ସମୟରେ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ। ତେବେ ଶ୍ରୀଲେଖାଙ୍କ ବୟାନ ସାମ୍ନାକୁ ଆସିବା ପରେ ରଞ୍ଜିତ ଏହାକୁ ଖଣ୍ଡନ କରିଛନ୍ତି। ଏହା ଏକ ମିଥ୍ୟା ଅଭିଯୋଗ ବୋଲି କହିଛନ୍ତି। ଜଷ୍ଟିସ ହେମା କମିଟିର ରିପୋର୍ଟ ପ୍ରକାଶ ପାଇବା ପରେ ଏହି ଦୁଇଟି ଅଭିଯୋଗ ଆସିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button