ଦେଶ- ବିଦେଶ

ସନ୍ତାନ ଜନ୍ମର ତୁରନ୍ତ ପରେ ସ୍ୱାମୀ ଖାଇବାକୁ ଦେଲେନି ଫ୍ରେଞ୍ଚ ଫ୍ରାଇଜ୍‌, କୋର୍ଟରେ ପହଞ୍ଚିଲେ ସ୍ତ୍ରୀ

ର୍ଣ୍ଣାଟକ ୨୬/୦୮: ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାଏ । ତେବେ କର୍ଣ୍ଣାଟକର ଜଣେ ମହିଳା ସ୍ୱାମୀ ତାଙ୍କୁ ଫ୍ରେଞ୍ଚ ଫ୍ରାଇଜ୍ ଦେଇନଥିବା ଅଭିଯୋଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍ ଏମ୍ ନାଗପ୍ରସନ୍ନା ସ୍ୱାମୀ ଫ୍ରେଞ୍ଚ ଫ୍ରାଇଜ୍ ଖାଇବାକୁ ନ ଦେବା କ୍ରୁରତାର ପର୍ଯ୍ୟାୟଭୁକ୍ତ ନୁହଁ ବୋଲି କହିଛନ୍ତି ।

ଏଥିସହିତ ମହିଳାଙ୍କ ସ୍ୱାମୀଙ୍କ ବିରୋଧରେ ତଦନ୍ତ ଉପରେ ସେପ୍ଟେମ୍ବର ୨୧ ଯାଏ ରୋକ ଲଗାଇଛନ୍ତି ।

ସନ୍ତାନ ଜନ୍ମର ତୁରନ୍ତ ପରେ ସ୍ୱାମୀ ତାଙ୍କୁ ଫ୍ରେଞ୍ଚ ଫ୍ରାଇଜ୍, ଭାତ ଓ ମାଂସ ଖାଇବାକୁ ଦେଇନଥିବା ମହିଳାଜଣକ ଅଭିଯୋଗ ଆଣିଥିଲେ । ଏଥିସହିତ ସେ ଶାଶୂ ଘର ଲୋକଙ୍କ ନାମରେ ଅନ୍ୟ କିଛି ଅଭିଯୋଗ ଆଣିଥିବାବେଳେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଆଇନର ଧାରା ଅନୁସାରେ ମାମଲା ରୁଜୁ ହୋଇଥିଲା । ପରେ ବେଙ୍ଗାଲୁରୁ ପୁଲିସ ବ୍ୟକ୍ତିଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଥିଲା । ସେଥିଯୋଗୁ ସେ ଚାକିରିରେ ଯୋଗ ଦେବା ଲାଗି ଆମେରିକା ଫେରି ପାରିନଥିଲେ ।

 

ସେପଟେ ବ୍ୟକ୍ତିଜଣକ ଦର୍ଶାଇଥିଲେ ଯେ, ସନ୍ତାନ ଜନ୍ମ ପୂର୍ବରୁ ଆମେରିକାରେ ସେମାନେ ରହୁଥିବା ସମୟରେ ସେ ଘରର ସମସ୍ତ କାମ ଯେପରିକି ବାସନ ମାଜିବା, ଘର ପୋଛିବା ଇତ୍ୟାଦି କରୁଥିଲେ । ପତ୍ନୀ ଟିଭି ଦେଖିବା ସହିତ ପରିବାର ଲୋକଙ୍କ ସହିତ ଫୋନ୍ରେ କେବଳ କଥା ହେଉଥିଲେ । ଏଭଳିସ୍ଥିତିରେ ଘର କାମ କରି ଅଫିସ୍ ଯିବା ତାଙ୍କ ଲାଗି କଷ୍ଟକର ହୋଇପଡୁଥିଲା । ଅନ୍ୟପଟେ ପତ୍ନୀଙ୍କର ଅଭିଯୋଗକୁ ସେ ଭିତ୍ତିହୀନ ବୋଲି ଦର୍ଶାଇଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button