ଦେଶ- ବିଦେଶ

ଆପଣ କେବେ ପେଜ ପିଇଛନ୍ତି କି ! ଏହାର ଫାଇଦା ଜାଣିଲେ ଆପଣ ଆଜି ଠାରୁ ପିଇବା ଆରମ୍ଭ କରିଦେବେ…

ବର୍ତ୍ତମାନ ସମୟରେ ଅଧିକାଂଶ ଘରେ ଭାତ ରୋଷେଇ କରିବା ପାଇଁ ପ୍ରେସର କୁକର ବା ଇଲେକ୍ଟ୍ରିକ୍ କୁକର ର ବ୍ୟବହାର କରାଯାଏ । କିନ୍ତୁ ଆଗ କାଳରେ ଲୋକେ ଖୋଲାରେ ଓ ମାଟି ହାଣ୍ଡିରେ ଭାତ ରାନ୍ଧୁଥିଲେ । କିଛି ଅଞ୍ଚଳରେ ଆଜି ମଧ୍ୟ ଲୋକେ ଏହି ପ୍ରକାରରେ ଭାତ ରୋଷେଇ କରନ୍ତି । ଏହି ପ୍ରକାରରେ ଭାତ କରିଲେ ସବୁଠୁ ବଡ଼ ଫାଇଦା ଏହା କି ଏଥିରେ ଥିବା ପେଜ କେତେ ପ୍ରକାର ବ୍ୟବହାରରେ ଆସିପାରେ । ଆପଣଙ୍କ ଘରେ ଭାତ ତ ନିଶ୍ଚୟ ରନ୍ଧା ଯାଉଥିବ ।

 

ରୋଷେଇ ହେଇଥିବା ଭାତ ତ ଆପଣ ଖାଉଥିବେ ହେଲେ କ’ଣ ଆପଣ କେବେ ପେଜ ବା ଭାତରୁ ବାହାରୁଥିବା ପାଣି ପିଇଛନ୍ତି ? ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଫୁଟିଥିବା ଭାତର ପେଜ ପିଇଲେ ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ପେଜ ପିଇବା ଦ୍ଵାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଆସନ୍ତୁ ଜଣାଇବା । ପେଜ ପିଇବା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଚାଉଳରେ ଉପସ୍ଥିତ ପୋଷକ ତତ୍ତ୍ଵ ଏଥିରେ ମିଶି ଯାଇଥାଏ ଓ ଏହାର ସେବନ୍ ଦ୍ଵାରା ସେହି ସବୁ ପୋଷକ ତତ୍ତ୍ଵ ଆପଣଙ୍କୁ ତରଳ ରୁପରେ ମିଳି ଯାଆନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ ସପ୍ତାହରେ ଗୋଟେ ଥର ପେଜ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ ଅଟେ । ପେଜ ସ୍ଵାସ୍ଥ୍ୟକୁ ଭଲ ରଖିବା ସହିତ ସାରା ଦିନର କାମ ପାଇଁ ଊର୍ଜା ଦେବାର କାମ କରିଥାଏ ।

1- ଏହା ଆପଣଙ୍କ ଶରୀର ପାଇଁ ଊର୍ଜାର ଭଲ ସ୍ରୋତ ଅଟେ ଯାହାକି କାର୍ବୋହାଇଡ୍ରେଟରେ ଭରପୁର ଅଟେ । ସକାଳ ସମୟରେ ଏହି ପାଣିକୁ ପିଇବା ଏନର୍ଜି ବୁଷ୍ଟ କରିବାର ଭଲ ପ୍ରଣାଳୀ ଅଟେ । ଆପଣ ଗରମ ଗରମ ପେଜରେ ଘିଅ ଓ ଲୁଣ ପକାଇ ପିଇ ପାରିବେ । ଏହାର ସ୍ଵାଦ ଭଲ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ଅଟେ । ଗରମ ଦିନରେ ପାଣିର ଅଭାବ ହେତୁ ମୁଣ୍ଡ ବୁଲାଇ ଥାଏ ଓ କେତେଥର ପେଟ ମଧ୍ୟ ଖରାପ ହୋଇଥାଏ । ଯଦି ଆପଣ ସବୁଦିନ ପେଜ ପିଉଛନ୍ତି ତେବେ ସେହି ଲୋକଙ୍କୁ ଡିହାଇଡ୍ରେସନର ଅସୁବିଧା ହୋଇନଥାଏ ।

 

2- ପେଜ ଫାଇବରରେ ଭରପୁର ହୋଇଥାଏ ଓ ଆପଣଙ୍କ ମେଟାବୋଲିଜ୍ମକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଭଲ କରାଇଥାଏ । ଯେଉଁଥି ପାଇଁ ଆପଣଙ୍କର କୋଷ୍ଟ କାଠିନ୍ୟ ସମସ୍ୟା ହୋଇନଥାଏ । ଡାଇରିଆ ହେଲେ ଆପଣ ପେଜ ପିଅନ୍ତୁ । ଶରୀରରେ ପାଣିର ଅଭାବ ହେବ ନାହିଁ ।

3- ଭାଇରଲ ଇନଫେକ୍ସନ ଓ ଜର ହେଲେ ଯଦି ଆପଣ ପେଜର ସେବନ କରୁଛନ୍ତି, ତେବେ ଶରୀରରେ ପାଣିର ଅଭାବ ରହିବ ନାହିଁ , ତା ସହିତ ଆପଣଙ୍କ ଶରୀରକୁ ଆବଶ୍ୟକ ପୋଷକ ତତ୍ତ୍ଵ ବି ମିଳିବ ଯାହା ଆପଣଙ୍କୁ ବହୁତ ଶୀଘ୍ର ଠିକ୍ କରିବାରେ ସାହାଯ୍ୟ କରିଥାଏ । ପେଜ ପିଇବା ଦ୍ଵାରା ଶରୀରର ତାପମାନ କମ ହୋଇଯାଏ, ତା ସହିତ ଶରୀରରେ ଜ୍ଵର କାରଣରୁ ହେଇଥିବା ଥକାପଣ ମଧ୍ୟ ଦୁର ହୋଇଥାଏ । ଯେଉଁ ବ୍ୟକ୍ତିକୁ ଜ୍ଵର ହେଉଛି ସେହି ବ୍ୟକ୍ତି ଦୁଇ ଦିନ ଯାଏ ଏକ ଗ୍ଲାସ ଲେଖାଏଁ ପେଜ ପିଅନ୍ତୁ ଆରାମ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button