ରାଜ୍ୟ

ନୟାଗଡ଼ର ୪ଟି ଜେଲରେ ଚଢ଼ାଉ; ନିଶାଦ୍ରବ୍ୟ ଜବତ

ଜି ସକାଳୁ ସକାଳୁ ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।

ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲାମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି।

ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ଏଥିରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ରହିଛି।

ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା? କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ ସୃଷ୍ଟି ହୋଇଛି। ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button