ଜ୍ୟୋତିଷ

ସପ୍ତାହର ଏହି ବାରରେ ଅଜାଣତରେ ବି ତେଲ ଲଗାଇବା ଉଚିତ ନୁହେଁ, ନଚେତ ଏହା ଦ୍ଵାରା ଅନର୍ଥ ହୋଇଥାଏ…

ବନ୍ଧୁଗଣ ଆମ ଶରୀରରେ ଓ କେଶରେ ଆମେ ତେଲ ଲଗାଇଥାଉ । କାରଣ କେଶରେ ତେଲ ଲଗାଇବା ଦ୍ଵାରା କେଶ ଭଲ ବଢିବା ସହ ଦେହରେ ତେଲ ଲଗାଇଲେ ଦେହରେ ମଏଶ୍ଚର ଲକ ହୋଇ ରହିଥାଏ । ତେଣୁ ସପ୍ତାହକ ସାତ ବାର ମଧ୍ୟରୁ ଆମେ ସବୁଦିନ ହେଉ କିମ୍ବା ଦିନେ ଛାଡି ଦିନେ ତେଲ ଲଗାଇଥାଉ । ହେଲେ ଆଜି ଆମେ ଆପଣଙ୍କୁ ସପ୍ତାହର କେଉଁ ବାରରେ ତେଲ ଲଗାଇବା ଶୁଭ ଓ କେଉଁ ବାର ଅଶୁଭ ତାହା ବିଷୟରେ ଆମେ ଏଠାରେ ଆଜି କହିବା ପାଇଁ ଯାଉଛୁ ।

 

ସୋମବାର- ସୋମବାର ଦିନ ତେଲ ଲଗାଇବାକୁ ଶୁଭ କୁହାଯାଇଥାଏ । ସୋମବାର ଦିନ ଶରୀରରେ ତେଲ ଲଗାଇବା ଦ୍ଵାରା ଶରୀର ଉଜ୍ଜଳ ଦେଖାଯିବା ସହ କେଶରେ ତେଲ ଲଗାଇବା ଦ୍ଵାରା କେଶ ସୁନ୍ଦର ଓ ଘନ ହୋଇ ବଢିଥାଏ । ମଙ୍ଗଳବାର- ମଙ୍ଗଳବାର ଦିନ ତେଲ ଲଗାଇବା ଶୁଭ ହୋଇନଥାଏ । ମଙ୍ଗଳବାର ତେଲ ଲଗାଇବା ଦ୍ଵାରା ଘରକୁ ବେମାରୀ ଆସିଥାଏ । ପରିବାରର ଗୋଟିଏ ପରେ ଗୋଟିଏ ସଦସ୍ୟ ବେମାରରେ ପଡିଥାନ୍ତି । ତେଣୁ ମଙ୍ଗଳବାରକୁ ତେଲ ଲଗାଇବାର ଅଶୁଭ ବାର ବୋଲି କୁହାଯାଇଥାଏ ।

ନ ତେଲ ଲଗାଇବା ଦ୍ଵାରା ଘରକୁ ସୁଖ, ସମୃଦ୍ଧି ଆସିଥାଏ । ଶରୀରର ସୁନ୍ଦରତା ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ତେଲ ଲଗାଇବା ପାଇଁ ବୁଧବାରକୁ ଭଲ ବାର ବୋଲି କୁହାଯାଇଥାଏ । ଗୁରୁବାର- ଗୁରୁବାର ଦିନ ଶରୀର କିମ୍ବା କେଶରେ ଭୁଲରେ ବି ତେଲ ଲଗାଇବା ଉଚିତ ନୁହେଁ । ଏହି ଦିନ ତେଲ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଯାଇଥାନ୍ତି । ସେହି ଘରକୁ ଦରିଦ୍ରତା ଆସିଥାଏ ।

 

ଶୁକ୍ରବାର- କୌଣସି ବଡ କାର୍ଯ୍ୟକୁ ଯିବା ପୂର୍ବରୁ ବା କରିବା ପୂର୍ବରୁ ଶୁକ୍ରବାର ଦିନ ତେଲ ଲଗାଇବା ଅନୁଚିତ । ନଚେତ ସେହି କାର୍ଯ୍ୟ ବୃଥା ଯାଇପାରେ । ଶନିବାର- ଶନିବାରକୁ ତେଲ ଲଗାଇବା ବହୁତ ହିଁ ଶୁଭ ମନା ଯାଇଥାଏ । ଏହି ଦିନ ତେଲ ଲଗାଇବା ଦ୍ଵାରା ଘରକୁ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ରବିବାର- ରବିବାର ଦିନକୁ ତେଲ ଲଗାଇବା ଭଲ ବାର ବୋଲି ବିବେଚନା କରାଯାଇନଥାଏ । କାରଣ ସୂର୍ଯ୍ୟଗ୍ରହକୁ ବହୁତ ଗରମ ଗ୍ରହ ବୋଲି କୁହାଯାଇଥାଏ । ତେଣୁ ଏହି ଦିନରେ ତେଲ ଲଗାଇବା ଦ୍ଵାରା ସୂର୍ଯ୍ୟ ଭଗବାନଙ୍କର ଭଲ ପ୍ରଭାବ ଆପଣଙ୍କ ଉପରେ ପଡିନଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button