ରାଜ୍ୟ

ସ୍ୱାମୀକୁ ପାନେ ଦେଲା ନୂଆ ବୋହୂ ଦେଖନ୍ତୁ ଫେରାଇ ଆଣିଲା ସବୁ ଯୌତୁକ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବିବାହ ପରଠାରୁ ସ୍ବାମୀ ସ୍ତ୍ରୀକୁ ଦେଉଥିଲା ଯୌତୁକ ନି-ର୍ଯା-ତ-ନା। ଜ୍ବାଇଁ ସୁନା ଚେନ୍ ଦାବି କରିବାରୁ ଶାଶୁଘର ସ୍ତ୍ରୀ ଲିଜା ଫେରାଇ ଆଣିଲେ ସବୁ ଯୌତୁକ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ତାଳସରଡା ଗ୍ରାମ ପଞ୍ଚାୟତ ଅଧୀନ ଶ୍ରୀଧପୂର ର୍ଗାଁରେ। ସୂଚନା ଅନୁସାରେ ସୋନପୁର ଜିଲ୍ଲା ସିଲାଜୁଲି ଗ୍ରାମର ବାସନ୍ତୀ ମେହେରଙ୍କ ଝିଅ ଲିଜା ମେହେର ଆଜିକୁ ୧୫ ମାସ ତଳେ ବୌଦ୍ଧ ଜିଲ୍ଲା ଶ୍ରୀଧପୂର ର୍ଗାଁର ହରି ମେହେରଙ୍କ ପୁଅ ରଘୁନାଥ ମେହେରଙ୍କୁ ବୈଦିକ ରୀତିନୀତିରେ ଵିଵାହ କରିଥିଲେ।
Hh

ବିବାହ ସମୟରେ କନ୍ୟା ଲିଜା ଏବଂ ଜ୍ବାଇଁ ରଘୁନାଥଙ୍କର ଘର କରଣା ବ୍ୟବହାର ଜିନିଷ ପାଇଁ ମା ବାସନ୍ତୀ ମେହେର ସବୁ ଜିନିଷ ଦେଇଥିଲେ। ଖଟ, ଆଲାମିରା, ବାସନକୁସନ ଠାରୁ ଆରମ୍ଭ କରି ସବୁ ଜିନିଷ ଦେଇଥିଲେ। ଏହାପରେ ବି ଜ୍ବାଇଁ ରଘୁନାଥ ବାଇକ୍ ପାଇଁ ଦାବି କରିଥିଲେ। ଅନ୍ୟପଟେ ଲିଜା ମେହେରଙ୍କ ସ୍ବାମୀ ରଘୁନାଥ ଏକ ଯୌତୁକ ବାଇକ୍ ଆଣିବା ପାଇଁ ଦାବି କରିବାରୁ ଝିଅର ମା ଧାରଉଧାର କରି ଜ୍ବାଇଁ ପାଇଁ ଏକ ପ୍ଲସର ବାଇକ୍ ଦେଇଥିଲେ।
Hh

କିନ୍ତୁ ତଥାପି ବି ସୁନା ଚେନ, ଫ୍ରିଜ୍, ନଗଦ ୫ ଲକ୍ଷ ଟଙ୍କା ଆଣିବାକୁ ଦାବି କରିଥିଲେ। ଯୌତୁକରେ ଅସନ୍ତୁଷ୍ଟ ହୋଇ ୧୫ ମାସ ତଳେ ବିବାହ କରିଥିବା ବୋହୂକୁ ମାନସିକ ନି-ର୍ଯା-ତ-ନା ଦେଇ ଗୋଟିଏ କୋଠରୀରେ ବନ୍ଦ କରି ରହିଥିଲେ ରଘୁନାଥଙ୍କ ପରିବାର ଲୋକେ। କୌଣସି ସୂତ୍ରରୁ ଜାଣିବାକୁ ପାଇ ଗାଁ’ର କିଛି ଭଦ୍ର ବ୍ୟକ୍ତି ଲିଜାଙ୍କୁ କୋଠରୀ ଭିତରୁ ଉଦ୍ଧାର କରିଥିଲେ। ଏହାପରେ ଭଦ୍ର ବ୍ୟକ୍ତି ମାନେ ଲିଜାଙ୍କୁ ତାଙ୍କ ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରିଦେଇଥିଲେ।
କିନ୍ତୁ ସ୍ବାମୀ ରଘୁନାଥ ଓଲଟା ଅଭିଯୋଗ କରିଛନ୍ତି ଯେ, “ସେ ଆଗକୁ ସୁନାର ସଂସାର ଗଢି ତୋଳିବାକୁ ଲିଜାଙ୍କୁ କହିଥିଲେ କିନ୍ତୁ ଲିଜା ରଘୁନାଥଙ୍କ କଥା ଶୁଣିନଥିଲେ ବୋଲି ସେ କହିଛନ୍ତି”। ଏହାପରେ ଲିଜାଙ୍କ ପରିବାର ଲୋକେ ବାଉଁଶୁଣି ଥାନାର ଦ୍ବାରସ୍ଥ ହେଇଥିଲେ। ପୋଲିସର ସହାୟତା ନେଇଥିଲେ। ଲିଜା ପୋଲିସଙ୍କ ସହାୟତାରେ ଶାଶୁଘରୁ ସମସ୍ତ ଯୌତୁକ ସାମଗ୍ରୀ ନିଜ ବାପ ଘରକୁ ନେଇ ଆସିଥିଲେ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button