ରାଜ୍ୟ
ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍, ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଦୂରରେ ରହିବ ମଦ ଦୋକାନ: ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ବନ୍ଦ ହେବ ଡ୍ୟାନ୍ସ ବାର୍ । ଡ୍ୟାନ୍ସ ବାର୍ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଡ୍ୟାନ୍ସ ବାର୍ ବନ୍ଦ ନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଓଡ଼ିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ। ସେହିପରି ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ ।
ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ଏନେଇ ଖୁବ ଶୀଘ୍ର ନୂଆ ଅବକାରୀ ନୀତି ଆସିବ । ରାଜ୍ଯରେ ଏନଫୋର୍ସମେଣ୍ଟ ଜାରି ରହିବ ବୋଲି କହିଛନ୍ତି ପୃଥ୍ବୀରାଜ । ଗଞ୍ଜାମ ଘଟଣା ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।




