ଦେଶ- ବିଦେଶ

ଜୁଏଲାରୀ ଦୋକାନରେ ପଶିଲେ ଲୁଟେରା, ଉଭୟ ପଟୁ ଫୁଟିଲା ଗୁଳି

ଲୁଟ ଉଦ୍ଦେଶ୍ୟରେ ଜୁଏଲାରୀ ଦୋକାନରେ ପଶିଥିଲେ ଲୁଟେରା। ବନ୍ଧୁକ ଦେଖାଇ ଭୟଭୀତ କରି ୪୦ ଲକ୍ଷ ଟଙ୍କାର ଗହଣା ଲୁଟ୍ କରିନେଲେ। ଏଥିସହ ସେମାନେ ଗୁଳି ଚଳାଇ ଜଣେ କର୍ମଚାରୀଙ୍କୁ ଘାଇଲା କରିଥିବା ବେଳେ ପାଲଟା ଜବାବରେ ଦୋକାନ ମାଲିକ ବି ଫାୟାରିଂ କରିଥିଲେ। ଏଥିରେ ଦୁଇ ଲୁଟେରା ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏପରି ଏକ ଅଘଟଣ ବିହାରର ବେଗୁସରାୟରେ ଘଟିଛି।

ଦୋକାନ ମାଲିକ ପ୍ରମୋଦ କୁମାର ପୌଦ୍ଦାରଙ୍କ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ସମୟରେ ମୋ’ ପୁଅ ରାଜୀବ ଦୋକାନରେ ଥିବା ବେଳେ ମୁଁ ବାହାରେ ଥିଲି। ଉକ୍ତ ସମୟରେ ଦୁଇ ଲୁଟେରା ସୁନା ଦେଖିବାକୁ ଦୋକାନରେ ପଶିଲେ।

କିଛି ସମୟ ପରେ ସେମାନେ ହଠାତ୍ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସବୁ ଜିନିଷ ଦେବାକୁ ଧମକ ଦେଇଥିଲେ। ଏହାଦେଖି କର୍ମଚାରୀମାନେ ପାଟି କରିବାରୁ ସେମାନେ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏନେଇ ଖବର ପାଇ ଦୋକାନ ମାଲିକ ପ୍ରମୋଦ କୁମାର ପହଞ୍ଚି ଲୁଟେରାଙ୍କ ଉପରକୁ ଫାୟାରିଂ କରିଥିଲେ। ଏଥିରେ ଦୁଇ ଲୁଟେରା ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଦୁଇ ଲୁଟେରାଙ୍କୁ ଗିରଫ କରି ମେଡିକାଲରେ ଭର୍ତ୍ତି କରିଛି।

ଏହି ଲୁଟ ମାମଲାରେ ୪ ଜଣ ସାମିଲ ଥିବା ବେଳେ ଆଉ ଦୁଇ ଜଣ ଜୁଏଲାରୀ ବ୍ୟାଗ୍ ନେଇ ଫେରାର ହୋଇଯାଇଥିବା ଜଣାଯାଇଛି। ପୁଲିସ୍ ସିସିଟିଭି ଫୁଟେଜ ଛାନଭିନ କରି ଅନ୍ୟ ଦୁଇ ଲୁଟେରାଙ୍କ ସନ୍ଧାନ ଚଳାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button