ସ୍ୱାସ୍ଥ୍ୟ

ଜାଣନ୍ତୁ ଚା’ ରେ କେଉଁ ସମୟରେ ଅଦା ପକାଯାଏ, ପାଣି ଗରମ ଥିବା ସମୟରେ ନା କ୍ଷୀର ପକାଇବା ସମୟରେ

ଭାରତରେ ପାଣିକୁ ଛାଡ଼ିଦେଲେ ସବୁଠାରୁ ଯଦି ଅନ୍ୟ କୌଣସି ଜିନିଷ ଲୋକମାନେ ପିଉଛନ୍ତି ତାହା ହେଉଛି ଚା’। ଭାରତରେ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ଚା’ ପିଇଥାନ୍ତି।

ବର୍ତ୍ତମାନ ଶୀତଦିନ ଚାଲିଛି ଓ ଏହି ସମୟରେ ଚା’ ର ଦରକାର ସମସ୍ତଙ୍କୁ ଆବଶ୍ୟକ ରହିଛି। ଚା’ ଏହିଦିନେ ଆମ ଶରୀରକୁ ଗରମ ଦେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ଚା’ କୁ କିଛି ଲୋକେ ନିଜ ସ୍ୱାଦ ଅନୁସାରେ ବିଭିନ୍ନ ପ୍ରକାରର ମସଲା ମଧ୍ୟ ପକାଇଥାନ୍ତି।

ଏମାନଙ୍କ ମଧ୍ୟରୁ ଅଦା ଚା’ ଆମ ମୁଣ୍ଡ ବିନ୍ଧାକୁ ତୁରନ୍ତ ସମାପ୍ତ କରିଦେଇଥାଏ। କଣ ଆପଣ ଜାଣନ୍ତି ଅଦା ଚା’ ରେ ଆପଣଙ୍କୁ କେଉଁ ସମୟରେ ପକାଇବାକୁ ହୋଇଥାଏ?

ବହୁତ କମ ଲୋକ ଯିଏକି ଏହା ବିଷୟରେ ଜାଣନ୍ତି। ସେଥିପାଇଁ ଆଜି ଆମେ ଏହି ଲେଖା ମାଧ୍ୟମରେ ଜଣାଇବୁ ଯେ, ଅଦା କେଉଁ ସମୟରେ ଚା’ ରେ ପକାଇବ ଉଚିତ।

ଏହି ସମୟରେ ପକାଇବା ଦ୍ୱାରା ଚା’ ର ସ୍ୱାଦ ବଢିଥାଏ:-

ଚା’ ରେ କ୍ଷୀର, ପତି ଓ ଚିନି ପକାଇବା ପରେ ଆପଣ ଏଥିରେ ଅଦା ପକାନ୍ତୁ। ଏହାମଧ୍ୟ ଧ୍ୟାନ ଦିଅନ୍ତୁ କି, ଯେତେବେଳେ ଚା’ଥରେ ଉତୁରିଥାଏ ସେତେବେଳେ ଆପଣ ଏଥିରେ ଅଦା ପକାନ୍ତୁ।

କେମିତି ପକାଇବେ ଅଦା? :-

ଆପଣ ଦେଖିଥିବେ ଘରେ ଗୃହିଣୀ ମାନେ ଅଦାକୁ ଛେଚି କରି ଚା’ ରେ ପକାନ୍ତି ଯାହାକି ସମ୍ପୂର୍ଣ୍ଣ ରୂପରେ ଭୁଲ ଅଟେ। ଛେଚିବା ଦ୍ୱାରା ଅଦାର ରସ ପାତ୍ରରେ ଲାଗିଯାଏ ଓ ଚା’ ସ୍ୱାଦ ଆସିନଥାଏ। ସେଥିପାଇଁ ଆପଣ ଅଦାକୁ କୌଣସି ଏକ ଯନ୍ତ୍ରରେ ରସ ବାହାର କରି ଚା’ ରେ ପକାନ୍ତୁ ନଚେତ ଅଦାକୁ କାଟିକି ଚା’ ରେ ପକାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button