ସ୍ୱାସ୍ଥ୍ୟ

କେମିତି ଜାଣିବେ କେତେ ମୋଟା ଆଉ ଓଜନ କେତେ? ପଢ଼ନ୍ତୁ

ଆଜିକାଲି ସମସ୍ତେ ନିଜ ଓଜନକୁ ନେଇ ଚିନ୍ତିତ । ଏନେଇ ଏହାକୁ କମ୍ କରିବା ନେଇ କିଏ ଜିମ୍ ଯାଉଛି ତ ଆଉ କିଏ ଖାଦ୍ୟରେ ନିୟନ୍ତ୍ରଣ କରୁଛି । ଅନେକ ଅଛନ୍ତି, ଦିନକୁ ୨/୩ ଥର ନିଜକୁ ଓଜନ କରିବାରେ ବ୍ୟସ୍ତ ରହୁଛନ୍ତି । ଏହା କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ ପରିମାପକର ଠିକ୍ ଉପାୟ ନୁହଁ । ଯଦି ଜଣେ ନିୟମିତ ବ୍ୟାୟାମ କରିବା ସହିତ ସୁସ୍ଥକର ଖାଦ୍ୟ ଉପରେ ନିର୍ଭର କରୁଛି ତେବେ ତା ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ । ଏହି ପରିବର୍ତ୍ତନ ହେଉଛି ଠିକ୍ ଉପାୟ ନିଜର ଓଜନ ହ୍ରାସକୁ ଜାଣିବା । ତେବେ ଆସନ୍ତୁ ଜାଣିବା କିଛି ଉପାୟ ଯାହା ଆପଣଙ୍କ ଓଜନ ମାପକର ଠିକ୍ ଆଦର୍ଶ ହୋଇପାରିବ ।

ଓଜନ କଳନା କରିବାର ଏକ ସରଳ ଓ ସହଜ ଉପାୟ ହେଉଛି ମାପ ଫିତା ବ୍ୟବହାର କରିବା । ଏହାହିଁ ଆପଣଙ୍କୁ ଉଚିତ ତଥ୍ୟ ପ୍ରଦାନ କରିବ ପ୍ରକୃତରେ କେଉଁ ଜାଗାରୁ ଆପଣଙ୍କ ମୋଟାପଣ ହ୍ରାସ ପାଉଛି ।

ଓଜନ ହ୍ରାସ ଓ ମୋଟାପଣ ହ୍ରାସ ମଧ୍ୟରେ ଅନେକ ତାରତମ୍ୟ ରହିଛି । ମୋଟାପଣ ହ୍ରାସକରିବା ହେଉଛି ଅଧିକ ଗୁରୁତ୍ୱପୂର୍ଣ୍ଣ ଓଜନ ହ୍ରାସ ଅପେକ୍ଷା । ଆପଣ କେତେ ପରିମାଣର ମୋଟାପା କମେଇଲେ ତାହା ସହଜରେ ମୋଟାପା ପରିମାପକ ସାମଗ୍ରୀ ଦ୍ୱାରା ଅବଗତ ହୋଇପାରିବେ । କେବଳ ମାତ୍ର ଚିମୁଟାଏ ଅଂଶ ଆପଣଙ୍କୁ ଜଣେଇଦେବ ମୋଟାପା ହ୍ରାସ ବିଷୟରେ । ଏ ଦିଗରେ ସ୍କିନଫୋଲ୍ଡ ପରିମାପକ ଯଥେଷ୍ଟ ସହଯୋଗ କରିବ ଆପଣଙ୍କର କେତେ ପରିମାଣର ଫ୍ୟାଟ୍ ଅଛି ।

ଆଇନାରେ ନିଜ ଚେହେରା ଦେଖି ପରିବର୍ତ୍ତନ ଜାଣିବା ସବୁବେଳେ ସହଜ ହୋଇ ନ ଥାଏ । ଏନେଇ ପୁରୁଣା ଫଟୋ ସହିତ ନୂଆ ଫଟୋକୁ ତୁଳନା କରି ଦେଖିଲେ ପରିବର୍ତ୍ତନର ବାସ୍ତବତା ଜାଣିହୁଏ । ଠିକ୍ ତଥ୍ୟ ଜାଣିବା ପାଇଁ ପୂର୍ବ ଫଟୋରେ ଯେଉଁ ପୋଷାକ, ଯେଉଁ ସ୍ଥାନ, ଯେଉଁ ଭଙ୍ଗୀ ବ୍ୟବହାର କରିଥିଲେ ନୂଆ ଫଟୋରେ ସେହିସବୁ ସମାନ ଜିନିଷ ବ୍ୟବହାର ଜରୁରୀ । ଏହାକୁ ପ୍ରତି ସପ୍ତାହରେ ଥରେ କରିବା ପାଇଁ ଚେଷ୍ଟା କରନ୍ତୁ ।

କେବଳ ଓଜନ ହ୍ରାସ ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ ନୁହେଁ । ଫିଟ୍ ଓ ସୁସ୍ଥ ରହିବା ସବୁଠାରୁ ଉଚିତ ମାର୍ଗ । ଯେତେବେଳେ ଆପଣ ନିଜ ଓଜନ ହ୍ରାସ ପ୍ରତି ଧ୍ୟାନ ଦେଉଛନ୍ତି ଠିକ୍ ସେହି ସମୟରେ ନିଜର ଫିଟନେସ୍ କଥା ମଧ୍ୟ ଭୁଲନ୍ତୁ ନାହିଁ । ଏନେଇ ଓଜନ ଉଠାନ୍ତୁ, ଦୌଡନ୍ତୁ, ଅନ୍ୟାନ୍ୟ କିଛି ୱାର୍କଆଉଟ୍ ମଧ୍ୟ କରନ୍ତୁ । ଯଦି ଏସବୁ ଆପଣ ସହଜରେ କରିପାରୁଛନ୍ତି, ଆପଣଙ୍କୁ ଆବଶ୍ୟକତା ଠାରୁ ଅଧିକ ଥକା ଲାଗୁନି ତେବେ ଜାଣନ୍ତୁ ଯେ ସ୍ୱାସ୍ଥ୍ୟଗତ ସୃଷ୍ଟିରୁ ଆପଣ ଠିକ୍ ଅଛନ୍ତି ।

ମୋଟାପଣ ବଢିଗଲେ ପୁରୁଣା ପୋଷାକୁ ଆଉ ହୁଏନି । କିନ୍ତୁ କିଛିଦିନ ପରେ ଯଦି ଆପଣ ଭାବୁଛନ୍ତି, ମୋଟାପା କମିଛି ତେବେ ନିଜର ପୁରୁଣା ପୋଷାକ ପିନ୍ଧନ୍ତୁ । ଏହା ଯଦି ଆପଣଙ୍କୁ ଫିଟ୍ ହେଉଛି ତେବେ ଜାଣନ୍ତୁ ଯେ ଏ ଦିଗରେ ଆପଣଙ୍କ ଉନ୍ନତି ଆସିଛି । ଯେଉଁ ପୋଷାକ ଆପଣ ବେଶି ଭଲ ପାଆନ୍ତି ବା ଯାହାକୁ ପିନ୍ଧିଲେ ଆପଣ ଭଲ ଦେଖାଯାଆନ୍ତି ସେସବୁକୁ ଟ୍ରାଏ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button