ଦେଶ- ବିଦେଶ

କେଉଁ ମାସରେ ଘର ତିଆରି କଲେ ଘରେ ଧନ ର ବୃଦ୍ଧି ହୁଏ

ନିଜ ପରିବାର ପାଇଁ ଭଲ ଘରଟେ କରିବାକୁ କାହାର ଅବା ଇଛା ନଥାଏ । ଯେଉଁ ଘରେ ନିଜ ପରିବାର ଲୋକଙ୍କ ସହ ମିଶି ଆମେ ଆମ ଜୀବନକୁ ବିତାଇଥାଉ । ହେଲେ ଯଦି ଆମ ସ୍ଵପ୍ନର ଘର ସ୍ଵପ୍ନରେ ହିଁ ରହିଯିବ ତେବେ ତାହା ବହୁତ ଦୁଃଖର କଥା ହୋଇଥାଏ । ତେବେ ଘର କରିବା ପୂର୍ବରୁ ସବୁବେଳେ ବାସ୍ତୁ ଶାସ୍ତ୍ର ନୀତିନିୟମକୁ ମାନି ଘର କରିବା ଉଚିତ । ଯେପରି ଘର ସଂପୂର୍ଣ୍ଣ ହୋଇବା ସହ ଘରେ ରହିବା ବେଳେ ଆପଣଙ୍କୁ ସୁଖଶାନ୍ତି ମିଳିପାରୁଥିବ ।

 

କାରଣ ବହୁତ ଲୋକ ନିୟମର ଉଲଂଘନ କରି ଘର କରିଦେଇଥାନ୍ତି । ପରେ ସେମାନଙ୍କୁ ହିଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ବନ୍ଧୁଗଣ ଘର କେଉଁ ମାସରେ ତିଆରି କରିବେ ? ଘର ତିଆରି କରିବା ସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ସ ଆଜି ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ଘରର ମୁଖ୍ୟଦ୍ଵାରକୁ ସବୁବେଳେ ପୂର୍ବ କିମ୍ବା ଉତ୍ତର ଦିଗକୁ ହୋଇ ରହିବା ଉଚିତ । ଏହା ସର୍ବଶ୍ରେଷ୍ଟ ହୋଇଥାଏ ।

ତେବେ କେଉଁ ମାସରେ ଘର ତିଆରି କଲେ । କଣ ସବୁ ଲାଭ କି କ୍ଷତି ହୋଇଥାଏ ତାହା ସମ୍ପର୍କରେ ଜାଣନ୍ତୁ । ବୈଶାଖ ମାସରେ ଘର ତିଆରି କଲେ । ଆର୍ଥିକ ସ୍ଥିତି ଭଲ ରହିବା ସହ ବହୁତ ଉନ୍ନତି ଜୀବନରେ କରିପାରନ୍ତି । ଜେଷ୍ଠ ମାସରେ ଘର ଆରମ୍ଭ କରିଲେ । ଘରକୁ ବହୁତ ବଡ ସଙ୍କଟ ଆସିବା ସହ କାର୍ଯ୍ୟରେ ବହୁତ ବାଧା ଆସିଥାଏ । ଆଷାଢ ମାସରେ ଘର କଲେ । ଧନ ବୃଦ୍ଧି ସହ ଗୃହପାଳିତ ପଶୁ ସଂଖ୍ୟାଙ୍କର ବୃଦ୍ଧି ଘଟିଥାଏ ।

 

ଶ୍ରାବଣ ମାସରେ ଘର ଆରମ୍ଭ କରୁଥିଲେ । ସବୁ କାର୍ଯ୍ୟରେ ସିଦଶୀ ମିଳିଥାଏ । ଭାଦ୍ରବ ମାସରେ ଘର ଆରମ୍ଭ କରିବାକୁ ମଧ୍ୟ ଶୁଭ ମାନଯାଇଥାଏ । ଆଶ୍ଵିନ ମାସରେ ଘର ଆରମ୍ଭ କରିଲେ ଘର ସଦସ୍ୟ ବେମାରରେ ବାରମ୍ବାର ପଡିଥାନ୍ତି । କାର୍ତ୍ତିକ ମାସରେ ଘର କରିବା ଦ୍ଵାରା ଘର ପ୍ରତି ଚୋର, ଡକୟତଙ୍କ ଭୟ ରହିଥାଏ ।

ମାର୍ଗଶିର ମାସରେ ଘର କରିବାକୁ ବହୁତ ଶୁଭ ବିଚାର କରାଯାଇଥାଏ । ଘରେ ଧନଧାନ୍ୟ ବୃଦ୍ଧି ଘଟିଥାଏ । ପୌଷ ମାସରେ ଘର ଆରମ୍ଭ କରିବାକୁ ଅଶୁଭ ମାନାଯାଇଥାଏ । ଘରୁ ଚୋରୀ ହେବାର ସମ୍ଭାବନା ରହିଥାଏ । ମାଘ ମାସରେ ଘର ଆରମ୍ଭ କରିବା ଦ୍ଵାରା ଘରର ସୁଖ ଏବଂ ସମୃଦ୍ଧିରେ ବୃଦ୍ଧି ପାଇଥାଏ । ଫାଲ୍ଗୁନ ମାସରେ ଘର ଆରମ୍ଭ କରିଲେ । ସୁବର୍ଣ୍ଣ ଓ ଧନ ଲାଭ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button