ଦେଶ- ବିଦେଶ

୨ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ମୁମ୍ବାଇରେ ବିଶାଳ ବିକ୍ଷୋଭ, ସ୍କୁଲରେ ଭଙ୍ଗାରୁଜା

ହରାଷ୍ଟ୍ରର ଥାନେରେ ଥିବା ଗୋଟିଏ ବଡ଼ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସୁଇପର ଯୌନ ନିର୍ଯାତନା ଦେବା ଘଟଣା ଭୟଙ୍କର ରୂପ ଧାରଣ କରିଛି। ଏପରି ଏକ ଲଜ୍ଜାଜନକ ଘଟଣା ବିରୋଧରେ ତାତିଛନ୍ତି ଲୋକ। କୋଲକାତା ଭଳି ମୁମ୍ବାଇ ନିଟକସ୍ଥ ବଦଲାପୁର ରେଳ ଷ୍ଟେନରେ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି।

ଶହଶହ ଲୋକ ଏକାଠି ହୋଇ ଘଟଣାକୁ ବିରୋଧର କରିବା ସହ ରେଳ ଚଳାଚଳ ବନ୍ଦ କରି ଦେଇଛନ୍ତି।

ଲୋକମାନେ ଟ୍ରାକ ଉପରେ ବସି ରହି ବିକ୍ଷୋଭ କରୁଥିବା ଯାତାୟାତ ବାଧ୍ୟପ୍ରାପ୍ତ ହୋଇଛି। ସେହିପରି ଘଟଣା ଘଟିଥିବା ସ୍କୁଲରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା ହୋଇଛି। ବିକ୍ଷୋଭକାରୀଙ୍କୁ ରେଳ ଧାରଣାରୁ ଉଠାଇବା ବେଳେ ପୁଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଛି। ଏପରି କି ପୁଲିସ୍ ଉପରକୁ ମଧ୍ୟ ବିକ୍ଷୋଭକାରୀ ପଥର ମାଡ଼ କରିଛନ୍ତି।

କେନ୍ଦ୍ରୀୟ ରେଳବାଇର ସିପିଆରଓ କହିଛନ୍ତି, “ବଦଲାପୁରରେ ଥିବା ଗୋଟିଏ ସ୍କୁଲରେ ୨ ଜଣ ୪ ବର୍ଷୀୟ ପିଲାଙ୍କୁ ଯୌନ ନିର୍ଯାତନା ଦିଆଯିବା ଘଟଣାରେ ବିକ୍ଷୋଭ ହୋଇଛି। ବିକ୍ଷୋଭକାରୀମାନେ ବଦଲାପୁର ଠାରେ ଲୋକାଲ ଟ୍ରେନଗୁଡ଼ିକୁ ଅଟକାଇ ଦେଇଛନ୍ତି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।”

ଗତ ସପ୍ତାହରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ସ୍କୁଲରେ ନୂଆ କରି ନିଯୁକ୍ତି ପାଇଥିବା ଜଣେ ସୁଇପର ଶୌଚାଳୟ ନେବା ନାଁରେ ଯୌନ ନିର୍ଯାତନା ଦେଇଥିଲେ। ଏହା ବିରୋଧରେ ବଦଲାପୁରର ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବଦଲାପୁର ଷ୍ଟେସନରେ ସେମାନେ ବିକ୍ଷୋଭ କରୁଥିବାରୁ ଲୋକଲ ଟ୍ରେନର ଯାତାୟାତ ପ୍ରଭାବିତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button