ସବୁ କାର୍ଯ୍ୟରେ ସଫଳ ହେବାର ରହସ୍ୟ ଜାଣନ୍ତୁ ,ଏହି ଉପାୟରେ

ପ୍ରଭୁ ତୁଳସୀ ଦାସ ଗୋସ୍ୱାମୀ ରାମଚରିତ ମାନସରେ କହି ଯାଇଛନ୍ତି ଯେ , ଯେମିତି ବଡ ବଡ ଜଳାଶୟରେ ମାଛ ମାନେ ଖୁସିରେ ରହିଥାନ୍ତି ,ସେମିତି ପ୍ରଭୁଙ୍କ ସରଣରେ ରହିଥିବା ବ୍ୟକ୍ତିର ଜୀବନରେ କୌଣସି ବାଧା ବିଘ୍ନ ଆସେ ନାହିଁ । ଯେଉଁମାନେ ସର୍ବଦା ନିଜ କର୍ମ ଉପରେ ଭରସା ରଖି ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ସେମାନଙ୍କୁ କୌଣସି ପ୍ରକାର ବାଧା ଆସିନଥାଏ।
ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କୁ କୌଣସି ସଫଳତା ମିଳୁନାହିଁ ,ତାହାଲେ ଆପଣ ଆପଣଙ୍କର ଚେଷ୍ଟା ନିହାତି ବଦଲେଇବାକୁ ପଡିବ । ଏବେ ଆସନ୍ତୁ ଜାଣିବା ସଫଳତା ପାଇବାର ସେହି ସେହି ଚାରିଟି ମନ୍ତ୍ର ।
ଦ୍ୱିତୀୟ ମନ୍ତ୍ର: କାର୍ଯ୍ୟକୁ ଆପଣ ଇଚ୍ଛା ଓ ଉତ୍ସାହର ସହ କରନ୍ତୁ । ଗୋଟିଏ ସଫଳ ବ୍ୟକ୍ତିର ଗାଡି ଚାଲିଥାଏ ତେବେ ,ସେହି ବ୍ୟକ୍ତିର ଆଗ୍ରହ ଓ ଉତ୍ସାହରେ ଟିକେବି ଉନ ନଥାଏ । ଏହି ଇଚ୍ଛା ଓ ଉତ୍ସାହ ଭିରହିଥାଏ ସମର୍ପଣ ଓ ଚେଷ୍ଟା ବଳରେ । ଏହି ସଫଳତାର ଇଚ୍ଛା ଏମିତି ରଖନ୍ତୁ ଯେ, ଯେମିତି ଆପଣଙ୍କର ନାମରିବାର ଇଚ୍ଛା ଥାଏ ।
ତୃତୀୟ ମନ୍ତ୍ର: ସବୁବଳେ ସମାୟାନୁବର୍ତୀ ହୁଅନ୍ତୁ । ସମୟର ମହତ୍ୱ ଆନେକ କାହାଣୀ ଦର୍ଶାଇଥାଏ । ସମୟ ସର୍ବଦା ନିଜ ହିସାବରେ ଚଲିଥାଏ । ସମୟ ସେମାନଙ୍କ ସହ ଠିକ ଚାଲେ ଯେଉଁମାନେ ସମୟର ସହିତ ପାଦଦେଇ ଆଗକୁ ଚାଲିଥାନ୍ତି । ଯେଉଁମାନେ ସମୟର ପଛରେ ବା ସମୟକୁ ଅଣଦେଖା କରନ୍ତି ସେମାନେ ସବୁବକେ ଅସଫଳ ହୋଇ ରହିଯାନ୍ତି । ତେଣୁ ସବୁବଳେ ସମୟ ସହିତ ତାଳଦେଇ ଚାଲିବା ଦରକାର ।