ରାଜ୍ୟ

ଜନବସତି ଆଡକୁ ମୁହାଁଉଛି ସମୂଦ୍ର, ଆତଙ୍କିତ ଅବସ୍ଥାରେ ସମୂଦ୍ର କୂଳିଆ ଲୋକେ

ଳେଶ୍ୱର: ଏବେ ଜନବସତି ଆଡକୁ ମୁହାଁଉଛି ସମୂଦ୍ର, ଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସମୂଦ୍ର କୂଳିଆ ଲୋକେ । ପଥର ବନ୍ଧ ନଥିବାରୁ ସମୂଦ୍ରର ପ୍ରଖର ଜୂଆର ଏବଂ ଢେଉ ମାଡରେ ଝାଉଁ ଜଙ୍ଗଲ ସମୂଦ୍ର ଗର୍ଭରେ ଲୀନ ହୋଇଗଲାଣି । ସ୍ଥାନୀୟ ଲୋକଙ୍କ କହିବା କଥା ଏବେ ଯେଉଁଠି ସମୂଦ୍ର ଅଛି ଆଗରୁ ସେଠାରେ ଝାଉଁ ଜଙ୍ଗଲ ଥିଲା । ସମୟ କ୍ରମେ ସମୂଦ୍ର କୂଳ ଲଙ୍ଘି ସବୁକିଛି କରାଳ ଗର୍ଭରେ ଲୀନ ହୋଇଯାଇଛି ।

ଯାହା ଏବେ ବଙ୍ଗୋପସାଗର ତଥା ବାଲିଆପାଳ ବାସୀଙ୍କ ପାଇଁ ଦୁଖଃର କାରଣ ପାଲଟିଛି ।

ସମୂଦ୍ର ଉପକୂଳବର୍ତ୍ତୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖ ଏବଂ କଙ୍କଡାପାଳ ଗାଁ ଏବେ ସମୂଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି । ପଥର ବନ୍ଧ ନଥିବାରୁ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ବାତ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ସମୁଦ୍ରର ତଟକ୍ଷୟ ଲାଗି ରହିଛି । ଯାହା ଫଳରେ ସମୂଦ୍ର ଏଠାକାର ହେକ୍ଟର ହେକ୍ଟର ଝାଉଁ ଜଙ୍ଗଲକୁ ଗିଳି ସାରିଲାଣି । ଏହାପରେ ପାଳି ପଡିବାକୁ ଯାଉଛି ଜନବସତିର । ଏବେ ଠୁ କିଛି ପଦକ୍ଷେପ ନିଆନଗଲେ ପରିସ୍ଥିତି ଭୟଙ୍କର ହେବାକୁ ଯାଉଛି । ବାତ୍ୟା ହେଲେ ଗାଁ ଭିତରକୁ ସମୂଦ୍ର ପାଣି ପଶିଯିବାରୁ ଚାଷଜମି ନଷ୍ଟ ହେବା ସହ ଘର ଦ୍ୱାର ବି ଭାଙ୍ଗି ଯାଉଛି ।

ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି ଏଠାକାର ଲୋକେ । ଜୁଆରିଆ ତିଥିରେ ସମୂଦ୍ର ଅଧିକ କୂଳ ଖାଉଥିବାରୁ ଦୁଇଟି ଗ୍ରାମରର ୧୦ ହଜାରରୁ ଉର୍ଧ୍ଵ ଲୋକେ ଭୟ ଓ ଆତଙ୍କରେ ଦିନ ବିତାଉଛନ୍ତି । ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆ ନଗଲେ ଏକର ଏକର ଚାଷଜମି ଏବଂ ପାନବରଜ ସବୁ ସମୂଦ୍ର ଗର୍ଭକୁ ଚାଲିଯିବ । ପଞ୍ଚାୟତରେ ୯ କିଲୋମିଟର ପର୍ଯ୍ୟନ୍ତ ସମୂଦ୍ର ବେଳାଭୂମି ବିସ୍ତୃତ ହୋଇଥିବା ବେଳେ ଗାଁକୁ ସୁରକ୍ଷା ଦେବା ପାଇଁ ବହୁ ବର୍ଷ ପୂର୍ବରୁ ସରକାରଙ୍କ ପକ୍ଷରୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରାଯାଇଥିଲା ।

ମାତ୍ର ସାମୁଦ୍ରିକ ବାତ୍ୟା ଯୋଗୁ ସୃଷ୍ଟି ହେଉଥିବା ଢେଉ ଏବଂ ଜୂଆର ମାଡରେ ବର୍ଷକୁ ପ୍ରାୟ ୫୦ ଫୁଟରୁ ଉର୍ଧ୍ବ ବାଲି ବନ୍ଧ ଧୋଇ ହୋଇଯାଉଛି । ଅଞ୍ଚଳବାସୀଙ୍କ ବହୁ ଦାବି ପରେ ଜଳସେଚନ ବିଭାଗ ପକ୍ଷରୁ କଙ୍କଡାପାଳ ନିକଟରେ ପଥରବନ୍ଧ ନିର୍ମାଣ କରା ଯାଇଥିଲେ ମଧ୍ୟ ତାହା ସମୂଦ୍ରକୁ ଶଙ୍ଖେ ଭଳି । ତେଣୁ ଚୌମୁଖ ଏବଂ କଙ୍କଡାପାଳ ଗ୍ରାମକୁ ସୁରକ୍ଷା ଦେବା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ପଥର ଡମ୍ପିଂ ସହ ସି ୱାଲ ବା ସମୂଦ୍ର ପାଚେରୀ ନିର୍ମାଣ କରିବା ସାଙ୍ଗକୁ ବ୍ୟାପକ ଝାଉଁ ଜଙ୍ଗଲ ସୃଷ୍ଟି କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

ଯଦି ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରା ନଯାଏ ତେବେ ଆସନ୍ତା ଦିନରେ ଯଦି କୌଣସି ସାମୁଦ୍ରିକ ବାତ୍ୟା ଆସେ ତେବେ ଉପକୂଳବର୍ତ୍ତୀ ଗାଁ ଗୁଡିକ ସମୂଦ୍ର ଗର୍ଭରେ ଲୀନ ହୋଇଯିବାର ଆଶଙ୍କା ରହିଛି । ତେଣୁ ଅଞ୍ଚଳବାସୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି କରାଯାଇଛି

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button