ଦେଶ- ବିଦେଶ

ବିବାହ କରିବା ପରଦିନ ସକାଳେ ପରୀକ୍ଷା ଦବାକୁ ଗଲେ ବୋହୁ, ଏହା ପରେ ହେଲା କିଛି ଏମିତି

ଆମ ଦେଶ ବହୁତ ପ୍ରକାର ରେ ବିକାସ କରୁଛି ଓ କେତେକ ଜିନିଷ ବଦଳି ଯାଇଛି, କିନ୍ତୁ ଏବେ ବି ଆମ ଦେଶ ରେ ଏମିତି କେତେକ ଜାଗାରେ ମହିଳାଙ୍କ ଭବିଷ୍ୟତ ବିଷୟରେ କେହି ଭାବୁ ନାହାନ୍ତି ଏବଂ ତାଙ୍କ ପଢାପଢି ପାଇଁ ମଧ୍ୟ ଚିନ୍ତା କରୁ ନାହାନ୍ତି । ଆଜି ମଧ୍ୟ ଦେଶର କେତେକ ଜାଗା ରେ ଝିଅ ଜନ୍ମ ହେଲେ ଲୋକ ତା ବିବାହ ଯୌତୁକ ବିଷୟରେ ଭାବି ଚିନ୍ତା କରୁଛନ୍ତି କିନ୍ତୁ ଝିଅଙ୍କ ଭବିଷ୍ୟତ ପାଠ ଦ୍ଵାରା କେମିତି ଭଲ ହବ ସେକଥା ତାଙ୍କ ପାଇଁ ମହତ୍ଵପୂର୍ଣ ନୁହଁ ।

ବହୁତ ଏମିତି ଜାଗା ଏବେ ବି ଅଛି ଯେଉଁଠି ଝିଅ ଜନ୍ମ ହେଲା ପରେ ଘର ଲୋକ ତା ବିବାହ ପାଇଁ ଧନ ଏକତ୍ର କରିବାରେ ଲାଗି ଯାଆନ୍ତି ଓ ଝିଅ ଟିକେ ବଡ ହେଲା ପରେ ତାକୁ ବିବାହ କରି ଶାଶୁ ଘର ପଠେଇ ଦିଅନ୍ତି ।

ଏହି କାରଣ ପାଇଁ ବହୁତ ଝିଅ ପାଠରେ ଭଲ ଥିଲେ ମଧ୍ୟ ନିଜ ଜୀବନ ରେ କିଛି କରି ପାରୁ ନାହାନ୍ତି ତାଙ୍କ ସ୍ଵପ୍ନ ତାଙ୍କ ମନରେ ରହି ଯାଉଛି । କିନ୍ତୁ କେତେକ ଜାଗା ବହୁତ ସୁଧୁରି ଯାଇଛନ୍ତି, ଆଜି ଆମେ ଆପଣଙ୍କୁ ଏହାର ପ୍ରମାଣ ଦବାକୁ ଯାଉଛୁ । ବୀକାନେର ର ମହାରାନି ଗର୍ଲ୍ସ କଲେଜ ର ଗୋଟେ ଛାତ୍ରୀ ଯେଉଁ ରାତି ବିବାହ କଲେ ତା ସକାଳେ ତାଙ୍କ ପରୀକ୍ଷା ଥିଲା କିନ୍ତୁ ଏହି ଝିଅ ସାହସ ମାନିବାକୁ ପଡିବ ।

 

ଯେଉଁ ରାତି ତାଙ୍କ ବିବାହ ହେଲା ସେ କାହାର ସ୍ତ୍ରୀ ହେଲେ ଓ ନିଜ ଘର ଲୋକଙ୍କ ମାନ ସମ୍ମାନ ରକ୍ଷା କଲେ ତା ସକାଳେ ଆସି ନିଜ ସ୍ଵପ୍ନ ପୂର୍ଣ କରିବା ପାଇଁ ପରୀକ୍ଷା ମଧ୍ୟ ଦେଲେ । ଆପଣ ସମସ୍ତେ ଜାଣି ଥିବେ ବିବାହ ରେ କନ୍ୟା କେତେ ଠକି ଯାଇ ଥାଏ କିନ୍ତୁ ଏହି ଝିଅ ସବୁ ସାରି ପରୀକ୍ଷା ଦବା ପାଇଁ ଆସିଲେ ଯାହା ସବୁ ଝିଅଙ୍କ ପାଇଁ ପ୍ରେରଣା ଭଳି କାମ କଲେ ।

 

ପ୍ରଥମ ବର୍ଷ ପାଇଁ ଅରୁଣା ନିଜ ବିବାହ ରାତି ପରେ ପରୀକ୍ଷା ଦବା ପାଇଁ ଯାଇଥିଲେ ଯାହା ପରେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ ଯେ ରାତି ସାରା ବିବାହ ପରେ ମଧ୍ୟ ସେ ପରୀକ୍ଷା ଦବା ପାଇଁ ଆସିଛନ୍ତି । ସମସ୍ତେ ଏହା ଦେଖି ଖୁସି ଥିଲେ ଯେ ଘର ଲୋକଙ୍କ କଥା ମାନିଲା ପରେ ଅରୁଣା ନିଜ ସ୍ଵପ୍ନ କୁ ମଧ୍ୟ ମହତ୍ଵ ଦେଲେ ଓ ପରୀକ୍ଷା ଦବାକୁ ଆସିଲେ । ଏଥିରେ ତାଙ୍କ ସ୍ଵାମୀ ମଧ୍ୟ ତାଙ୍କର ସାଥ ଦେଲେ ଓ ତାଙ୍କ ସହ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମଧ୍ୟ ଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button