ଅରୁଣାଚଳ ପ୍ରଦେଶ ଭାରତର ଅଂଶ ବୋଲି ଆମେରିକାର ସ୍ବୀକୃତି – Kalinga News

[ad_1]
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶକୁ ଚୀନ୍ ବାରମ୍ବାର ନିଜ ଅଞ୍ଚଳ ବୋଲି ଦାବି କରି ଆସିଛି। ଏଥିପାଇଁ ଭାରତୀୟ ନେତାଙ୍କ ଅରୁଣାଚଳ ଗସ୍ତକୁ ଚୀନ୍ ତୀବ୍ର ବିରୋଧ କରେ। ତେବେ ଉକ୍ତ ପ୍ରସଙ୍ଗରେ ଆଜି ଆମେରିକା ଭାରତକୁ ଦୃଢ଼ ସମର୍ଥନ କରିଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଆମେରିକା ସରକାର ସ୍ବୀକୃତି ଦେଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ବୁଧବାର କହିଛି ଯେ ଅରୁଣାଚଳ ପ୍ରଦେଶକୁ ଭାରତର ଏକ ଅଂଶ ଭାବରେ ଆମେରିକା ସ୍ବୀକାର କରୁଛି ଏବଂ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ କୌଣସି ଅନୁପ୍ରବେଶ କିମ୍ବା ଜବରଦଖଲକୁ ଏହା ଦୃଢ଼ ବିରୋଧ କରୁଛି। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ଚୀନ୍ ସେନା ଅରୁଣାଚଳ ପ୍ରଦେଶକୁ ଚୀନ୍ର ଅଂଶ ବୋଲି କହିବା ପରେ ଆମେରିକାର ଏହି ବିବୃତି ଆସିଛି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ବରିଷ୍ଠ କର୍ଣ୍ଣେଲ ଜାଙ୍ଗ୍ ଶାଓଗାଙ୍ଗ୍ କହିଥିଲେ ଯେ ସିଜାଙ୍ଗ (ତିବ୍ବତ ପାଇଁ ଚୀନ୍ ନାମ)ର ଦକ୍ଷିଣ ଭାଗ ଚୀନ୍ର ଏକ ଅନ୍ତର୍ନିହିତ ଅଂଶ ଏବଂ ବେଜିଂ ଭାରତ ଦ୍ୱାରା ବେଆଇନ ଭାବେ ସ୍ଥାପିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ କେବେ ବି ସ୍ୱୀକାର କରେ ନାହିଁ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅରୁଣାଚଳ ଗସ୍ତକୁ ମଧ୍ୟ ଚୀନ୍ ବିରୋଧ କରିଥିଲା।
[ad_2]



