ଦେଶ- ବିଦେଶ

ବିବାହିତା ମହିଳାଙ୍କୁ ଏହି କଥା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ, ସ୍ଵାମୀ ସମ୍ପତ୍ତି ରେ ସ୍ତ୍ରୀଙ୍କୁ ମିଳେ ନାହିଁ ମାଲିକାନା ଅଧିକାର

କୁହା ଯାଏ ଯେ ବାହାଘର ପରେ ସ୍ଵାମୀ ସ୍ତ୍ରୀ ପ୍ରତି ଜିନିଷ ରେ ସମାନ ଭାବରେ ଭାଗୀ ହୋଇ ଥାନ୍ତି, କିନ୍ତୁ ଏମିତି କିଛି ହେଇ ନଥାଏ । ଆଜି ଆମେ ଆପଣଙ୍କୁ ସ୍ଵାମୀ ସ୍ତ୍ରୀ ସମ୍ପର୍କ ବିଷୟରେ କିଛି କହିବାକୁ ଯାଉଛୁ ଯାହା ପରେ ଆପଣ ଭାବିବେ ଯେ ଏତେ କଥା ଆମେ ଜାଣି ନଥିଲୁ । କେତେକ ଏମିତି ସ୍ଥିତି ଆସେ ଯେତେବେଳେ ସ୍ଵାମୀ ସ୍ତ୍ରୀ ସମାନ ହୋଇ ନଥାନ୍ତି, ଆଜି ଆମେ ଆପଣଙ୍କୁ ମହିଳାଙ୍କ କିଛି ଅଧିକାର ବିଷୟରେ କହିବାକୁ ଯାଉଛୁ ।

ଯାହା ପ୍ରତି ବିବାହିତା ମହିଳାଙ୍କୁ ଜାଣିବା ଆବଶ୍ୟକ ଅଟେ । ତେବେ ଆସନ୍ତୁ ଜାଣିବା ସେହି ଅଧିକାର ବିଷୟରେ ।

ସ୍ଵାମୀ ସମ୍ପତ୍ତି ଉପରେ ସ୍ତ୍ରୀ ଅଧିକାର କଣ ପାଇଁ ନଥାଏ :

ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ହାଇକୋର୍ଟ ଅଧିବକ୍ତା ସଞ୍ଜୟ ମେହରା କହିଛନ୍ତି ଯେ ସ୍ଵାମୀ ସମ୍ପତ୍ତି ଉପରେ ସ୍ତ୍ରୀ ଅଧିକାର ହୋଇ ନଥାଏ ସ୍ଵାମୀ ନିଜ ଦ୍ଵାରା ଅର୍ଜିତ ଧନ ଯାହାକୁ ଚାହିଁବ ଦେଇ ପାରନ୍ତି । ଏହା ସହ ସେ କହିଛନ୍ତି ଯେ ଯଦି ସ୍ଵାମୀ ବିନା ବସିୟତ ବନେଇ ହଟାତ ତାଙ୍କ ନିଧନ ହୋଇ ଯାଏ ତେବେ ସ୍ତ୍ରୀ ନିଜ ସ୍ଵାମୀ ସମ୍ପତ୍ତି ଅଧିକାରୀ ହୋଇ ପାରନ୍ତି ।

 

ସ୍ତ୍ରୀ ପାଖରେ ଏହି ଅଧିକାର ରହି ଥାଏ :

ସ୍ତ୍ରୀ ସ୍ଵାମୀ ସମ୍ପତ୍ତି ରେ ଅଧିକାର ରଖି ନଥାଏ କିନ୍ତୁ ଏମିତି କେତେକ ଅଧିକାର ସ୍ତ୍ରୀ ପାଖରେ ହୋଇ ଥାଏ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

– ବିବାହ ପରେ ସ୍ତ୍ରୀ ଭରଣ ପୋଷଣ ସ୍ଵାମୀ କୁ କରିବାକୁ ପଡେ ଓ ଏହି ଅଧିକାର ସ୍ତ୍ରୀ ଠାରୁ କେହି ଛଡେଇ ପାରିବେ ନାହିଁ । ସ୍ତ୍ରୀ ର ସବୁ ପ୍ରକାର ସୁବିଧା ସ୍ଵାମୀ ଦାଇତ୍ଵ ହୋଇ ଥାଏ, ତାଙ୍କ ଖାଇବା ପିନ୍ଧିବା ଓ ରହିବା ସବୁ ପ୍ରକାର ଜିନିଷ ସ୍ଵାମିଙ୍କୁ ଆଣିବାକୁ ପଡେ ।

 

– ସ୍ଵାମୀ ଦେହାନ୍ତ ପରେ ସ୍ତ୍ରୀକୁ ଅଧିକାର ମିଳି ଥାଏ ଯେ ସେ ସ୍ଵାମୀ ସମ୍ପତ୍ତି ଉପରେ ଅଧିକାର କରି ପାରିବ, କିନ୍ତୁ ଏହା ସେତେବେଳେ ସମ୍ଭବ ଯଦି ସ୍ଵାମୀ ମୃତ୍ୟୁ ଆଗରୁ ବସିୟତ ବନେଇ ନଥିବେ ।

– ଯଦି କୌଣସି କାରଣ ପାଇଁ ସ୍ଵାମୀ ସ୍ତ୍ରୀ ଦୁହେଁ ଅଲଗା ହୋଇ ଯାଆନ୍ତି ତେବେ ସ୍ଵାମିକୁ ପ୍ରତି ମାସରେ ସ୍ତ୍ରୀ କୁ ଭରଣ ପୋଷଣ ପାଇଁ ଟଙ୍କା ଦବାକୁ ପଡି ଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button