ଦେଶ- ବିଦେଶ

ଇଏ ହେଉଛନ୍ତି ହାଇୱେର ପ୍ରକୃତ ହିରୋଇନ, ପ୍ରତିଦିନ ଖେଳିଥାଏ ଏମିତି ବିପଦ ସହିତ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ସବୁବେଳେ ଝିଅ ଏବଂ ପୁଅ ମାନଙ୍କ ଭିତରେ ବହୁତ ମତଭେଦ କରାଯାଇ ଥାଏ । ପୁଅ ମାନଙ୍କୁ ସବୁବେଳେ ଆଗରେ ରଖାଯାଇଥାଏ । ଯେତେବେଳେ କିଛି କଷ୍ଟ କାମ ଆସିଥାଏ ସେତେବେଳେ ତାର ଦାୟିତ୍ଵ ଜଣେ ପୁଅକୁ ହିଁ ଦିଆଯାଇ ଥାଏ । ହେଲେ ବର୍ତ୍ତମାନ ସେ ଚିନ୍ତାଧାରା ରେ ପରିବର୍ତ୍ତନ ଆସିଛି । ଝିଅମାନେ ବି ସବୁ କ୍ଷେତ୍ରରେ ପୁଅ ମାନଙ୍କ ଠାରୁ ଆଗରେ ରହୁଛନ୍ତି । ଦେବଭୂମିର ଏକ ଝିଅ ଯାହାର ନାମ ପୁନମ ଅଟେ । ସେ ନିଜ ଚେଷ୍ଟାରେ ଏମିତି କାମ କରି ଦେଖେଇଛି ଯାହା ବିଷୟରେ ଜାଣିବା ପରେ ଲୋକମାନେ ଝିଅ ମାନଙ୍କୁ କୌଣସି ମାମଲାରେ ବି କମଜୋର ଭାବିବେ ନାହିଁ ।

ଦୁନିଆର ସବୁଠାରୁ ଭୟଙ୍କର ହାଇୱେ ହେଉଛି ଶିମଲା କିନ୍ନୋର ହାଇୱେ ଯେଉଁଠାରେ କି ଗାଡି ଚଳାଇବା ପାଇଁ ବଡ ବଡ ଡ୍ରାଇଭର ମାନେ ଡରି ଯାଆନ୍ତି ସେଠାରେ ପୁନମ ପ୍ରତିଦିନ ଟ୍ରକ ଚଲାଇ ଥାଆନ୍ତି । ଏହି କାମ ପାଇଁ ଝିଅଟି ର ଚର୍ଚା ସବୁଆଡେ ହେବାକୁ ଲାଗିଛି ଏବଂ ସେ ଟ୍ରକ ଚଲାଉଥିବାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ ସେୟାର ମଧ୍ୟ ହେଉଛି । ପୁନମ ସେହି ହାଇୱେ ଉପରେ ବହୁତ ଭାରି ଟ୍ରକ ଚଲାଇ ଥାଆନ୍ତି । ପୁନମ ରାମପୁର ଠାରୁ ୧୪୪ କିମି ଦୂରରେ ଥିବା ରାରଂଗ ଗାଁ ପର୍ଯ୍ୟନ୍ତ ଟ୍ରକ ଚଳାଇଛନ୍ତି ଏବଂ ସେଥିରେ ଘର ତିଆରି କରିବା ପାଇଁ ବହୁତ ସାରା ସାମଗ୍ରୀ ମଧ୍ୟ ଥିଲା ।

ପ୍ରଥମେ ଯେଉଁ ଲୋକ ଥଟା କରୁଥିଲେ ସେମାନେ ଆଜି ପ୍ରଶଂସା କରୁଛନ୍ତି

ପୁନମ କହିଲେ କି ସେ ଯେତେବେଳେ ତାଙ୍କ ଦାଦା ଙ୍କ ଟ୍ରକ ଚଲାଇବା ଆରମ୍ଭ କରିଥିଲେ ଲୋକମାନେ ତାଙ୍କୁ ବହୁତ ଥଟା କରୁଥିଲେ ଏବଂ ସେ ଯେତେବେଳେ ଟ୍ରକ ନେଇ କୌଣସି ଜିନିଷ ଆଣିବା ପାଇଁ ଯାଆନ୍ତି ସେତେବେଳେ ଲୋକମାନେ କୁହନ୍ତି କି ଦେଖ ଝିଅଟି ଟ୍ରକ ଚଲାଉଛି । ଯେତେବେଳେ ଲୋକ ମାନଙ୍କୁ ଜଣା ପଡିଲା କି ମୁଁ ରାମପୁର ଠାରୁ ରାରଂଗ ପର୍ଯ୍ୟନ୍ତ ଟ୍ରକ ଚଲାଇ ଆସିଛି ସେତେବେଳେ ସେମାନଙ୍କର ଭାବନା ବଦଳି ଗଲା ଏବଂ ସେମାନେ ମୋର ପ୍ରଶଂସା କଲେ ।

ଅଭ୍ୟାସ କରୁଥିଲେ ହାଇୱେ ଡ୍ରାଇଭିଙ୍ଗ ପାଇଁ

ପୁନମ ହିମାଚଳ ପଥ ପରିବହନ ନିଗମରେ ଡ୍ରାଇଭିଙ୍ଗ ର ଦୁଇ ମାସ ଟ୍ରେନିଂ ନେଇଛନ୍ତି । ପୁନମ ଦୁନିଆର ଏମିତି ଏକ ଝିଅ ଯିଏ କି ବହୁତ ଓଜନ ଥିବା ଟ୍ରକ ଚଲାଉଛନ୍ତି ଏବଂ ତାଙ୍କ ପାଖରେ ହେବି ଟ୍ରକ ଚଲାଇବାର ଲାଇସେନ୍ସ ମଧ୍ୟ ଅଛି ।

ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି ହାଇୱେ ହିରୋଇନ

ପୁନମଙ୍କ ଟ୍ରକ ଚଳାଇବାର ଭିଡିଓ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ହଜାର ରୁ ଅଧିକ ଲୋକ ଏହାକୁ ୟୁଟୁବରେ ଦେଖିଛନ୍ତି ।

ବର୍ତ୍ତମାନ ଇଚ୍ଛା ଅଛି କିଛି ଏମିତି କରିବା ପାଇଁ

ଏହି ଭୟଙ୍କର ହାଇୱେ ଉପରେ ଟ୍ରକ ଚଲାଇବା ପରେ ପୁନମ ବର୍ତ୍ତମାନ ଚାହୁଁଛନ୍ତି ଦୁନିଆର ସବୁଠାରୁ ଉଚ୍ଚ ରାସ୍ତା ଖାରଦୁଙ୍ଗଲ ପାଖରେ ଟ୍ରକ ଚଳାଇବେ । ୧୭୫୮୨ ଫୁଟ ଉଚ୍ଚରେ ଥିବା ଏହି ରାସ୍ତାକୁ ସବୁଠାରୁ ଭୟଙ୍କର ବୋଲି କୁହାଯାଇଥାଏ ଏବଂ ବର୍ଷରେ ଅଧିକ ସମୟ ଏଠାରେ ବରଫ ପଡିଥାଏ । ସେଠାରେ ସେ ଏକା ଟ୍ରକ ଚଲାଇବା ପାଇଁ ଚାହୁଁଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button