ଦେଶ- ବିଦେଶ

ବାରମ୍ବାର ଲାଗି ରହିଥିବା କଫ ବାଲା କାଶ ହେଉ ବା ଶୁଖିଲା କାଶ, ତୁରନ୍ତ ଭଲ ହେବ…

ବନ୍ଧୁଗଣ ଯଦି ଆପଣଙ୍କର କାଶ ଭଳି ସମସ୍ଯା ଲାଗି ରହୁଛି ବା କିଛି ଦିନର କାଶ ହେଉ ବା ପୁରୁଣା କାଶ ହେଉ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏକ ଭଲ ଘରୋଇ ଉପଚାର ବିଷୟରେ କହିବୁ । ଏହି ହୋମ ରେମେଡିର ପ୍ରୟୋଗ କରିଲେ ପୁରୁଣାରୁ ପୁରୁଣା କସ ବହୁତ ଜଲ୍ଦି ଠିକ ହେବାରେ ଲାଗିବ । ଏହି ଉପଚାର ଶୁଖିଲା କାଶ ଓ କଫ ଭଳି କାଶ ପାଇଁ ଲାଭଦାୟକ ଅଟେ ।

ଯଦି ଆପଣ କଫ ଶିରଫ, ମେଡ଼ିସିନ ଖାଇ ଥକି ଗଲେଣି ତେବେ ନିଶ୍ଚୟ ଏହାର ଟ୍ରାଏ କରନ୍ତୁ । ଏବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ସେବନ କିପରି କରିବା । ଏହାକୁ ବନାଇବା ପାଇଁ ୫ଟି ସାମଗ୍ରୀ ର ଆବଶ୍ୟକ ପଡିବ । ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ପ୍ରଥମ ଜିନିଷ ହେଉଛି ଗୋଲମରୀଚ ଯାହା କି କଫକୁ ବାହାର କରିବା ସାହାଜ୍ଯ କରିଥାଏ ।

ଏହା ଦ୍ଵାରା କାଶ କମ ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି କଳା ଲୁଣ ଯାହାକୁ ଆମେ ବିଟ ଲୁଣ କହିଥାଉ । କଳା ଲୁଣ ଶୁଖିଲା କାଶ କମ କରିଥାଏ । ଏହା ନିଶ୍ଵାସ ନଳୀକୁ ରିଲାକ୍ସ କରିବାର କାମ କରିଥାଏ । ତୃତୀୟ ସାମଗ୍ରୀ ହେଉଛି ଜୁଆଣୀ । ଯାହା ଚେଷ୍ଟ କଞ୍ଜେକ୍ସନକୁ ଦୂର କରିବାକୁ ବହୁତ ଭଲ ଜିନିଷ ଅଟେ । ଚତୁର୍ଥ ସାମଗ୍ରୀ ହେଉଛି ଗୁଜୁରାତି ଯେଉଁଥିରେ ଏମିତି ପୋଷାକ ତତ୍ତ୍ଵ ମିଳିଥାଏ ଛାତିରେ ଜମା ଥିବା କଫକୁ ବାହାର କରିଥାଏ ।

ଶେଷ ସାମଗ୍ରୀ ହେଉଛି ଅଦା ଯେଉଁଥିରେ ଆଣ୍ଟି ଇମଫ୍ଲାମେଟରୀ ତତ୍ତ୍ଵ ମିଳିଥାଏ । ଯାହାକି ଚେସ୍ଟ କଞ୍ଜେକ୍ସନକୁ ଦୂର କରିଥାଏ । ଏହି ରେମେଡି ତିଆରି କରିବା ପାଇଁ ଏକ ଚତୁର୍ଥାଂଶ ଗୋଲମରୀଚ ଗୁଣ୍ଡ, କଳା ଲୁଣ, ଏକ ଚାମଚ ଜୁଆଣୀ, ଚାରି ଚାମଚ ଅଦା ଛେଚା, ୪ରୁ ୫ଟି ଗୁଜୁରାତି ଆବଶ୍ୟକ । ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ । ପ୍ରଥମେ ଏକ ପାତ୍ରରେ ୫ ଚାମଚ ଗୁଡ ପକାନ୍ତୁ ।

ଏବେ ଏଥିରେ ଅଳ୍ପ ପାଣି ମିଶାନ୍ତୁ । ଏହାକୁ ଲୋ ଫ୍ଲେମ ରେ ବଶାନ୍ତୁ । ଏବେ ଆପଣ ସବୁ ସାମଗ୍ରୀକୁ ଗୁଡରେ ମିଶାନ୍ତୁ । ଧ୍ୟାନ ରଖିବେ ଗୁଡକୁ ଅଧିକ ସମୟ ଯାଏଁ ଫୁଟାଇବେ ନାହି ନ ହେଲେ ଗୁଡ ଜଳିଯିବ । ସବୁ ସାମଗ୍ରୀ ମିଶାଇବା ପରେ ୨ରୁ ୩ ମିନିଟ ଯାଏଁ ଏହାକୁ ଫୁଟାନ୍ତୁ । ତା ପରେ ଆପଣ ଏହାକୁ କାଚ ଜାର ରେ ଷ୍ଟୋର କରି ରଖି ଦିଅନ୍ତୁ ।

ଏହାକୁ ଆପଣ ସକାଳେ ଓ ରାତି ରେ ଶୋଇବା ସମୟରେ ଅଧା ଚାମଚ ସେବନ କରନ୍ତୁ । ସକାଳୁ ଆପଣ କୌଣସି ସମୟରେ ସେବନ କରି ପାରିବେ । ହେଲେ ରାତିରେ ଏହାକୁ ଶୋଇବା ସମୟରେ ସେବନ କରନ୍ତୁ । ଯେବେ ଏହାର ବ୍ୟବହାର କରିବେ ଗରମ ପାଣିରେ ବ୍ୟବହାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button