ଦେଶ- ବିଦେଶ

ଅଗଷ୍ଟ ୧୯ କେଉଁ କେଉଁ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ ?

ଚଳିତ ବର୍ଷ ଅଗଷ୍ଟ ୧୯ରେ ସାରା ଦେଶରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯିବ। ଏହି ଦିନକୁ ଓଡ଼ିଶାରେ ଗହ୍ମାପୂର୍ଣ୍ଣିମା ଓ ବଳଦେବ ଜନ୍ମଭାବେ ପାଳନ କରାଯାଏ । ଦେଶର ଅଧିକାଂଶ ସ୍ଥାନରେ ରକ୍ଷାବନ୍ଧନରେ ବ୍ୟାଙ୍କରେ ଛୁଟିକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ଦିନ ଓଡ଼ିଶାରେ ବ୍ୟାଙ୍କ ଛୁଟି ରହିବ । ଓଡ଼ିଶା ଛଡ଼ା ଆଉ କେତେକ ରାଜ୍ୟରେ ବି ବ୍ୟାଙ୍କ ଛୁଟି ରହିବ ।

ଏଥିରେ ତ୍ରିପୁରା, ଗୁଜରାଟ, ଉତ୍ତରାଖଣ୍ଡ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶ ରହିଛି। ଅଗଷ୍ଟ ୧୯ ରେ ଝୁଲଣ ପୂର୍ଣ୍ଣିମା ଏବଂ ରାକ୍ଷୀ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ତ୍ରିପୁରାର ମହାନ ରାଜା ବୀର ବିକ୍ରମ କିଶୋର ମାଣିକ୍ୟ ବାହାଦୁରଙ୍କ ଜନ୍ମଦିନ ଅବସରରେ ସେହିଦିନ ତ୍ରିପୂରାରେ ଛୁଟି ରହିବ । ତେବେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ସୋମବାର ବ୍ୟାଙ୍କ ଖୋଲା ରହିବ । ଅଗଷ୍ଟ ୧୯ ପରେ ଅଗଷ୍ଟ ୨୪ରୁ ୨୬ ପର୍ୟ୍ୟନ୍ତ ମଧ୍ୟ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ଅଗଷ୍ଟ ୨୪ ୪ର୍ଥ ଶନିବାର ପାଇଁ ବ୍ୟାଙ୍କ ଛୁଟି ରହିବ । ୨୫ ତାରିଖ ରବିବାର ପାଇଁ ଛୁଟି ରହିବ ଓ ୨୬ ତାରିଖରେ ଜନ୍ମାଷ୍ଟମୀ ପାଇଁ ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ ।

Related Articles

Leave a Reply

Your email address will not be published. Required fields are marked *

Back to top button