ରାଜ୍ୟ

ଧାନବିଲରେ କାମ କରୁଥିଲେ ଯୁବଚାଷୀ: ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ

ଯାଜପୁର: ଆକସ୍ମିକ ବଜ୍ରପାତ ଲୋକଙ୍କୁ ଡରାଉଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଦୁଇ ଜଣ ଯୁବକଙ୍କର ଜୀବନ ଯାଇଛି।

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭବାନୀପୁର ପଞ୍ଚାୟତ ଭୁବନ ଗ୍ରାମର ଯୁବଚାଷୀ ରମାକାନ୍ତ ସାହୁ(୪୨)। ସେ ଘର ନିକଟ ଧାନବିଲରେ କାମ କରୁଥିବା ବେଳେ ଅପରାହ୍ଣ ପ୍ରାୟ ୨ଟାରେ ବଜ୍ରାଘାତର ସମ୍ମୁଖୀନ ହୋଇଥିଲେ।

ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ନେଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନେରଡ଼ା ଗ୍ରାମର ଯୁବ ଚାଷୀ ଆଜି ଅପରାହ୍‌ଣରେ ବଜ୍ରପାତର ଶିକାର ହୋଇଛନ୍ତି। ବଜ୍ରପାତରେ ଆଘାତ ପାଇଲା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହୋଇଥିଲା। ବିଶେଷ ଭା‌ବରେ ଉତ୍ତର-ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଥିଲା। ମୋଟ୍‌ ୯ ଜଣ ଚାଷୀ ବଜ୍ରପାତରେ ପ୍ରାଣ ହାରିଥିଲେ। ପ୍ରାୟ ୧୫ ଜଣ ଆହତ ହୋଇଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button