ଦେଶ- ବିଦେଶ

ସ୍ତ୍ରୀ ବାପଘରେ ଥିବା ବେଳେ ଜୀବନ ହାରିଦେଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଏମ୍ସ ଡାକ୍ତର ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଡାକ୍ତର ଜଣକ ନ୍ୟୁରୋ ସର୍ଜନ ଥିଲେ। ବୟସ ୩୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଅନେକ ଦିନରୁ ବିବାଦ ଲାଗି ରହିଛି।

କିଛିଦିନ ହେବ ରାକ୍ଷୀ ପୂର୍ଣ୍ଣିମା ପାଇଁ ଡାକ୍ତରଙ୍କ ସ୍ତ୍ରୀ ବାପ ଘରକୁ ବୁଲିବାକୁ ଯାଇଛନ୍ତି। ବାପା ଘରେ ସ୍ତ୍ରୀ ଥିବା ବ‌େ‌ଳେ ଡାକ୍ତରଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଡାକ୍ତର ରାଗି ଯାଇ କାହାକୁ କିଛି ନକହି ଜୀବନ ହାରି ଦେଇଛନ୍ତି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଡାକ୍ତର ଅତ୍ୟଧିକ ଔଷଧ ଖାଇ ଜୀବନ ହାରି ଦେଇଛନ୍ତି। କିନ୍ତୁ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିବା ସହିତ ଯାଞ୍ଚ ଆରମ୍ଭ କରି ଦେଇଛି। ଏଥିସହିତ ମୃତ ଡାକ୍ତରଙ୍କ ସ୍ତ୍ରୀଙ୍କୁ ଥାନାକୁ ଡାକି ପଚରାଉଚରା ଜାରି ରଖିଛି ପୁଲିସ।

Related Articles

Leave a Reply

Your email address will not be published. Required fields are marked *

Back to top button