ରାଜ୍ୟ
ପାରାଦୀପ ରଙ୍ଗିଆଗଡ଼ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ପାରାଦୀପ: ପାରାଦୀପ ରଙ୍ଗିଆଗଡ଼ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଥିବାର ସୂଚନା ରହିଛି। ଗୋଟିଏ ବଗି ଟ୍ରାକ ବାହାରକୁ ଓଲଟି ପଡ଼ିଥିବା ବେଳେ ଅନ୍ୟଟି ଟ୍ରାକରୁ ଖସି ପଡ଼ିଛି। ବଗିଗୁଡିକ ଖାଲି ଥିବା ଜଣାପଡ଼ିଛି। ପାରାଦୀପ ବନ୍ଦରାଞ୍ଚଳ ମଧ୍ୟକୁ ଏହି ବଗିଗୁଡ଼ିକୁ ଟାଣି ନେବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।