ଦେଶ- ବିଦେଶ

ଭୋକରେ ମରିଗଲେ ବି ସୁଦ୍ଧା ଏହି ଚାରି ପ୍ରକାରର ବ୍ୟକ୍ତିଙ୍କୁ କେବେ ମାଗନ୍ତୁ ନାହିଁ ସାହାଯ୍ୟ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଭୋକରେ ମରିଗଲେବି ସୁଦ୍ଧା ଏପରି ଚାରି ପ୍ରକାରର ବ୍ୟକ୍ତିଙ୍କୁ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ । ତେଣୁ ଏହାକୁ ବୁଝିବା ପାଇଁ ଆଜି ଆମେ ଆପଣଙ୍କୁ ଏକ କାହାଣୀ କହିବୁ ଯାହାକୁ ଯଦି ଆପଣ ଜୀବନରେ ଉପଯୋଗ କରନ୍ତି କେବେ ଜୀବନରେ ଧୋକା ଖାଇବେ ନାହିଁ । ତେବେ ଗୋଟିଏ ଜଙ୍ଗଲରେ ଦୁଇଟି କାଉ ରହୁଥିଲେ ଯେଉଁ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ।

ଜଙ୍ଗଲରେ ଅଳ୍ପ ଜୀବକୁ ଛାଡ଼ି ଆଉ ଜୀବର ଚିହ୍ନ ବର୍ଣ୍ଣ ନଥିଲା ଏବଂ ଖାଇବାକୁ ମଧ୍ୟ ନଥିଲା । ଦୁଇ କାଉ ଭୋକରେ ଖାଦ୍ୟ ସନ୍ଧାନ କରୁଥିବା ସମୟରେ ଏକ ଶିକାରୀ କୁକୁର ନିଜ ମୁହଁରେ ମାଂସ ଟୁକୁଡ଼ା ନେଇ କାଉ ବସିଥିବା ଗଛ ନିକଟକୁ ଆସେ । କାଉ ଦୁଇଟି ଭୋକିଲା ଥିବାରୁ କୁକୁରକୁ ଖାଦ୍ୟ ମାଗିଲେ ।

କୁକୁର କିଛି ସମୟ ଭାବିବା ପରେ ମଧୁର ବଚନରେ ଉତ୍ତର ଦେଲା ଯଦି କାଉ ଦୁଇଟି ତଳକୁ ଆସନ୍ତି ତେବେ ସେ ମାଂସରୁ କିଛି ଅଂଶ ଖାଇବାକୁ ଦେବ । ଏହା ଶୁଣି କାଉର ସ୍ତ୍ରୀ ତଳକୁ ଆସିବାରେ ଲାଗିଲା କିନ୍ତୁ କାଉ ତାକୁ ଅଟକାଇଲା ଏବଂ କହିଲା ଯେ ଏଭଳି ମଧୁର କହୁଥିବା ଲୋକ ସେ ପୁଣି ଶିକାରୀ କୁକୁରର ଉଦେଶ୍ୟ କିଛି ଅଲଗା ହୋଇଥାଏ । ଯାହା ବୁଝାଇବା ପାଇଁ କାଉ ଏକ ଗପ ଶୁଣାଇଛି ।

 

ଗୋଟିଏ ଜଙ୍ଗଲରେ ଦୁଇଟି ମଇନା ବେଶ ଖୁସିରେ ରହୁଥିଲେ । ମାତ୍ର ସେମାନେ ଯେଉଁ ଗଛରେ ବସା ବାନ୍ଧିଥିଲେ ସେହି ଗଛ ତଳେ ଏକ କଳା ନାଗ ରହୁଥିଲା । ମଇନା ଯେତେବେଳେ ଅଣ୍ଡା ଦିଏ ସେତେବେଳେ ସାପ ତାହା ଖାଇ ଦେଉଥିଲା । ଯେଉଁ କାରଣରୁ ମଇନାର ବଂଶ ବୃଦ୍ଧି ହେଉ ନଥିଲା ।

ଥରେ ମଇନା ଗଛରେ ବସି କାନ୍ଦୁଥିଲା ଏବଂ ଏହି ସମୟରେ ଏକ ଶୁଆ ଆସି ମଇନାକୁ କାନ୍ଦୁଥିବାର କାରଣ ପଚାରେ । ଯାହାପରେ ମଇନା ସବୁ କାହାଣୀ କହେ । ଶୁଆ କହେ ଯଦି ଏହି ସମୟରେ ସାପର ବିର୍ତ୍ତାପକୁ ମୁକାବିଲା ନକରାଯାଏ ତେବେ ଆଗାମୀ ସମୟରେ ସେ ଆହୁରି ଜୀବଜନ୍ତୁଙ୍କୁ ମାରି ଖାଇବ । ଶୁଆ ଏକ ଉପାୟ ପାଞ୍ଚିଲା ଏବଂ ମଇନା ସହିତ ଯାଇ ସାପକୁ ମାରିବା ପାଇଁ କିଛି ମାଛ ଆଣିଲା ।

ଦୁହେଁ ଏକାଧିକ ବନ୍ଦୋବସ୍ତ ମାଛ ଆଣି ସାପର ଗାତ ସାମ୍ନାରେ ଥିବା ଏକ ନେଉଳର ଗାତ ପାଖରେ ଗୋଟିଏ ମାଛ ରଖିଦେଲା ଏବଂ ଆଉ କିଛି ଦୂରରେ ଆଉ ଏକ ମାଛ ଏମିତି ସାପର ଗାତ ପର୍ଯ୍ୟନ୍ତ ମାଛ ରଖିଦେଲେ । କାରଣ ସେମାନେ ଜାଣିଥିଲେ ଯେ ଏକ ସାପ ଉପରେ କେବଳ ନେଉଳ ହିଁ ଭାରି ପଡ଼ିଥାଏ ।

ନେଉଳ ଯେତେବେଳେ ଗାତରୁ ବାହାରି ମାଛ ଦେଖିଲା ସେତେବେଳେ ସେ ତାହାକୁ ଖାଇ ଦେଲା । କିଛି ଦୂରରେ ଆଉ ଏକ ମାଛ ଦେଖି ତାହାକୁ ଖାଇଲା ଏବଂ ଏମିତି ସାପର ଗାତ ପର୍ଯ୍ୟନ୍ତ ପହଞ୍ଚିଗଲା । ଏମିତି ଭାବି ସାପ ଗାତ ଭିତରେ କିଛି ଖାଦ୍ୟ ଥିବା ଅନୁମାନ କରି ନେଉଳ ଗାତ ଭିତରେ ପଶିଗଲା । ସାପକୁ ଦେଖି ନେଉଳ ଏବଂ ସାପ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲା ।

 

ନେଉଳ ସାପକୁ ଆକ୍ରମଣ କରି ତାକୁ ମାରିଦେଲା । ନେଉଳ ଗାତରୁ ବାହାରି ଆସିବା ପରେ ମଇନା ଏବଂ ଶୁଆ ତାକୁ ଧନ୍ୟବାଦ ଦେଲେ । ଯାହାର କାରଣ ନେଉଳ ପଚାରିବାରୁ ଦୁହେଁ ପୁରା ଘଟଣା କହିଲେ । ଏହି ଗପ କହି କାଉ କହେ ଯେ ଯିଏ ଦୁଷ୍ଟ ତା ସହିତ ଦୁଷ୍ଟତା ହିଁ କରିବା ଶ୍ରେୟସ୍କର ଅଟେ । ଏହିଭଳି ଚାରି ପ୍ରକାରର ଲୋକ ଅଛନ୍ତି ଯାହାଙ୍କ ଠାରୁ ସାହାଯ୍ୟ ମାଗିବା ଉଚିତ ନୁହେଁ ।

ପ୍ରଥମ ହେଉଛି ଶତ୍ରୁ । କାରଣ ଶତ୍ରୁକୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରିବା ବଦଳରେ କ୍ଷତି କରିବାକୁ ହିଁ ଚିନ୍ତା କରିବ । ଦ୍ଵିତୀୟ ଯେଉଁ ବ୍ୟକ୍ତି ନିଜ ପାଇଁ ଅନ୍ୟକୁ ସାହାଯ୍ୟ ମାଗୁଛି ତାହାକୁ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ । ତୃତୀୟରେ ଅନ୍ଧକାରରେ ଘେରି ରହିଥିବା ବ୍ୟକ୍ତିକୁ ସାହାଯ୍ୟ ମାଗିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ନିଶାରେ ବୁଡ଼ି ରହିଥିବ ସେହି ବ୍ୟକ୍ତିକୁ ମଧ୍ୟ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button