ଦେଶ- ବିଦେଶ

ଦିଲ୍ଲୀ ମେଟ୍ରୋ ରଚିଲା ଇତିହାସ, ଅଗଷ୍ଟ ୧୩ ଗୋଟିଏ ଦିନରେ ଯାତ୍ରା କରିଛନ୍ତି ୭୨.୩୮ ଲକ୍ଷ ଯାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଅଗଷ୍ଟ ୧୩ ତାରିଖଦିନ ରେକର୍ଡ ୭୨.୩୮ ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି। ଗୋଟିଏ ଦିନରେ ମେଟ୍ରୋରେ ଏତେ ସଂଖ୍ୟକ ଯାତ୍ରୀଙ୍କ ଯାତ୍ରା ଏକ ରେକର୍ଡ ବୋଲି କୁହାଯାଇଛି। ଦିଲ୍ଲୀ ମେଟ୍ରୋ ରେଲ ନିଗମ (ଡିଏମଆରସି) ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏ ନେଇ ଡିଏମଆରସି ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି।

ଏଥିରେ ଦିଲ୍ଲୀ ମେଟ୍ରୋ ଫେବୃଆରୀ ୨୦୨୪ରେ ଯାତ୍ରୀ ପରିବହନରେ କରିଥିବା ରେକର୍ଡ ଭାଙ୍ଗିଛି ବୋଲି କୁହାଯାଇଛି।

ଡିଏମଆରସିଙ୍କ ଜାରି ତଥ୍ୟ ଅନୁସାରେ ଅଗଷ୍ଟ ୧୩ ତାରିଖ ଦିନ ମୋଟ ୭୨,୩୮,୨୭୧ ଜଣ ଯାତ୍ରୀ ମେଟ୍ରୋ ଟ୍ରେନରେ ଯାତ୍ରା କରିଛନ୍ତି। ଦିଲ୍ଲୀ ମେଟ୍ରୋ ରେଲ ନିଗମର ଏବେକା ନେଟୱାର୍କ ପାଖାପାଖି ୩୯୩ କିଲୋମିଟରର, ଯେଉଁଥିରେ ୨୮୮୮ଟି ଷ୍ଟେସନ ରହିଛି। ଡିଏମଆରସି ଏକ୍ସ ରେ କରିଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ଦିଲ୍ଲୀ ମେଟ୍ରୋ ରେଲ ନିଗମ ୧୩ ଅଗଷ୍ଟ ମଙ୍ଗଳବାର ଗୋଟିଏ ଦିନରେ ଏପର୍ଯ୍ୟନ୍ତର ସବୁଠୁ ଅଧିକ ଯାତ୍ରୀ ପରିବହନ କରିଛି। ଯେଉଁଥିରେ ପୁରା ନେଟୱାର୍କରେ ୭୨.୩୮ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button