ଦେଶ- ବିଦେଶ

ICC ମହିଳା କ୍ରିକେଟ ବିଶ୍ଵକପ୍ ୨୦୨୪ ଆଜିଠାରୁ ଆରମ୍ଭ, ପ୍ରଥମ ଦିନରେ ଖେଳିବ ୩ଟି ଏସିଆ ଟିମ୍‌

ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା କ୍ରିକେଟ ବିଶ୍ଵକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ବାଂଲାଦେଶ ଓ ସ୍କଟଲାଣ୍ଡ । ଏହାପରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୩.୩୦ରୁ ଖେଳାଯିବ ମ୍ୟାଚ୍ । ପ୍ରଥମ ଥର ପାଇଁ ୟୁଏଇ ଏଭଳି ମେଗା ଇଭେଣ୍ଟର ଆୟୋଜନ କରୁଛି ।

ଏଥିରେ ଭାରତ ସମେତ ୧୦ଟି ଦେଶ ଭାଗ ନେଉଛନ୍ତି ।

ଅକ୍ଟୋବର ୨୦ରେ ଫାଇନାଲ ଖେଳାଯିବ । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରର୍ଦଶନ କରି ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି । ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି । ଟୁର୍ଣ୍ଣାମେଣ୍ଟରେ ମୋଟ ୨୩ଟି ମ୍ୟାଚ୍ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ବାଂଲାଦେଶରେ ହେବାକୁ ଥିଲା । କିନ୍ତୁ ସେଠାରେ ରାଜନୈତିକ ଅସ୍ଥିରତା ଏବଂ ହିଂସା ଯୋଗୁଁ ଆଇସିସି ଇଭେଣ୍ଟକୁ ବାଂଲାଦେଶରୁ ୟୁଏଇକୁ ସ୍ଥାନାନ୍ତର କରିଥିଲା । ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ବାଂଲାଦେଶର ହିଁ ନାମ ରହିବ । ଅକ୍ଟୋବର ୩ରୁ ଆରମ୍ଭ ହୋଇ ୨୦ ଯାଏଁ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁଏଇର ୨ଟି ଭେନ୍ୟୁରେ ଖେଳାଯିବ । ଏଥିରେ ଦୁବାଇ ଏବଂ ଶାରଜାହ ସାମିଲ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button