ସାବଧାନ : ଫେସବୁକ୍ ଏବଂ ଗୁଗଲ୍ ଏବେ ଟ୍ରାକ୍ କରିବ ଏହି ସାଇଟରେ ଅନଲାଇନ ପର୍ଣ୍ଣ ଦେଖୁଥିବା ବ୍ୟକ୍ତିଙ୍କୁ
, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସାବଧାନ! ସାବଧାନ! ଯଦି ଆପଣ ଅନଲାଇନରେ ଏହି ସବୁ ସାଇଟ ରୁ ଦେଖୁଛନ୍ତି ପର୍ଣ୍ଣ ଭିଡ଼ିଓ ତେବେ ହୋଇଯାଆନ୍ତୁ ସାବଧାନ । କାହିଁକି ନା ଏବେ ଫେସବୁକ୍ ଏବଂ ଗୁଗଲ୍ କରିବେ ଆପଣଙ୍କୁ ଟ୍ରାକ୍ । ଆପଣମାନ ତ ଜାଣିଥିବେ ଗତବର୍ଷ ବହୁତ ଗୁଡିଏ ପର୍ଣ୍ଣ ସାଇଟକୁ ସାଇବର ଅପରାଧ, ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଆଦିକୁ ହଟାଇବା ପାଇଁ ଦେଶର ସମସ୍ତ ଟେଲିକମ୍ କମ୍ପାନୀ ଦ୍ବାରା ବ୍ଲକ୍ କରାଯାଇଥିଲା । ତେବେ ଏହା ପରେ ବି ଯଦି ଆପଣ ସେହି ସବୁ ସାଇଟ ରୁ ପର୍ଣ୍ଣ ଦେଖୁଛନ୍ତି ତେବେ ଆପଣଙ୍କ ସୂଚନା ସେୟାର କରାଯାଉଛି ବୋଲି ଜାଣନ୍ତୁ ।
ଟ୍ରାକିଙ୍ଗ ସମୟରେ କମ୍ପାନୀ କୁକିଜ ପଠାଉଛି ଯାହା ସାଇଟ ଭିସିଟ କରିବାବେଳେ ଡାଉନଲୋଡ ହୋଇଯାଉଛି। କେତେକ କମ୍ପାନୀ ପିକ୍ସଲ ସାଇଟ୍ ଫଟୋ ଏବଂ ଟେକ୍ସଟ ଫାଇଲ ଜରିଆରେ ଡିଭାଇସରେ ଡାଉନଲୋଡ କରାନ୍ତି । ଏହାପରେ କୁକିସ ଟ୍ରାକିଙ୍ଗ କରିବା ପାଇଁ ଗ୍ରାହକଙ୍କୁ ସାଇଟରେ ଅଧିକ ସମୟ ରଖିବା ପାଇଁ ସାଇଟ ସମ୍ବନ୍ଧିତ ବିଜ୍ଞାପନ ଦେଖାନ୍ତି । ଯେଉଁ ଉପଭୋକ୍ତା ଅଧିକ ଥର ପର୍ଣ୍ଣ ସାଇଟ୍ ବ୍ୟବହାର କରୁଛନ୍ତି ତାଙ୍କୁ ଅଧିକ ଟ୍ରାକ୍ କରାଯାଉଛି।