ଦେଶ- ବିଦେଶ

ଓ୍ଵାୟନାଡ ଭୂସ୍ଖଳନ : ଆକାଶମାର୍ଗରୁ ସର୍ଭେ କଲେ ପ୍ରଧାନମନ୍ତ୍ରୀ, ପୀଡିତଙ୍କୁ କରିବେ ସାକ୍ଷାତ

ୱାୟନାଡ଼ରେ ପହଞ୍ଚି ଆକାଶମାର୍ଗରୁ ସର୍ଭେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆକାଶ ମାର୍ଗରୁ ଭୂସ୍ଖଳନ ପରିଦର୍ଶନ କରିବା ସହ ପରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ । ବାୟୁସେନାର ହେଲିକପ୍ଟରରେ ଭୂସ୍ଖଳନରେ ସର୍ବାଧିକ ପ୍ରଭାବିତ ଚୁରାଲମାଲା, ମୁଣ୍ଡାକାଇ ଓ ପୁଞ୍ଚିରିମାତ୍ତୋମ ଗାଁ ଆକାଶମାର୍ଗରୁ ବୁଲି ଦେଖିଥିଲେ ।

 

ପରେ ଗ୍ରାଉଣ୍ଡରେ ରିଲିଫ ଓ ରେସକ୍ୟୁର ସମୀକ୍ଷା କରିଛନ୍ତି ମୋଦି । ଉଦ୍ଧାରକାରୀ ଦଳଙ୍କ ଠାରୁ ସ୍ଥିତି ସଂପର୍କରେ ବୁଝିଛନ୍ତି । ପରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପରେ ରିଲିଫ କ୍ୟାମ୍ପରେ ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସହ କେରଳ ରାଜ୍ୟପାଳ ମହମ୍ମଦ ଆରିଫ ଖାନ, ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ପ୍ରମୁଖ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି ।

ସୂଚନାଯୋଗ୍ୟ, କେରଳର ୱାୟନାଡ ରେସକ୍ୟୁ ଅପରେସନ । ୪୦୦ ଟପିଲା ମୃତ୍ୟୁ ସଂଖ୍ୟା । ଆହୁରି ୧୦୦ ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି । ଯେତେ ଖୋଜିଲେ ସେତେ ମିଳୁଛି ମୃତଦେହ । କିନ୍ତୁ ଭୂସ୍ଖଳନ ଏତେ ଭୟଙ୍କର ହୋଇଛି ଯେ, ଉଦ୍ଧାର କାର୍ଯ୍ୟ ସରି ପାରୁ ନାହିଁ। ସବୁଠି ପହଞ୍ଚି ପାରୁ ନାହାନ୍ତି ଉଦ୍ଧାରକାରୀ । ବେଲି ବ୍ରିଜ ନିର୍ମାଣ କରି ଦୁର୍ଗମ ସ୍ଥାନରେ ପହଞ୍ଚୁଛି ସେନା । ଏପର୍ଯ୍ୟନ୍ତ ପ୍ରାୟ ସାଢେ ୯ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଗଲାଣି । ୯୧ଟି ରିଲିଫ କ୍ୟାମ୍ପରେ ରଖାଯାଇଛି । ପଥର ଖଣ୍ଡ ତଳୁ ଜୀବନର ସନ୍ଧାନ ବି ଚାଲିଛି । ଏବେ ବି କେହି କେହି ଜୀବନ୍ତ ଉଦ୍ଧାର ହେଉଛନ୍ତି ।

ଭାରତୀୟ ସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ଅପରେସନ୍‌ ସତର୍କତାର ସହିତ କରାଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ସୁବିଧାଜନକ କରିବା ପାଇଁ ଲାଇଟ୍‌ ହେଲିକପ୍ଟର (ALH) ବ୍ୟବହୃତ ହୋଇଥିଲା । ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ହେତୁ ମାଟି ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଠିକ୍‌ ସମୟରେ ଉଦ୍ଧାର କରାଯାଇ ପାରିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button