ଦେଶ- ବିଦେଶ

3 ଟି ଜିନିଷ ଭେଣ୍ଡି ସହିତ ଭୁଲରେ ବି ଖାଆନ୍ତୁ ନାହିଁ ନହେଲେ ପରେ ପସ୍ତେଇବେ

ସୂଚନା ଅନୁସାରେ ସମସ୍ତ ପନିପରିବା ସ୍ଵାସ୍ଥ ପକ୍ଷେ ହିତ ହୋଇଥାଏ । ସେଥିମଧ୍ୟରୁ ଭେଣ୍ଡି ଅନ୍ୟତମ ହୋଇଥାଏ । ଭେଣ୍ଡିର ସ୍ଵାଦ ଭଲ ହେବା ସହିତ ଏହା ସ୍ଵାସ୍ଥ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଭେଣ୍ଡି ଖାଇବା ଦ୍ଵାରା ଡାଇବେଟିସ କଣ୍ଟ୍ରୋଲ ରହିଥାଏ, ହାର୍ଟ ସୁସ୍ଥ ରହିଥାଏ, ପାଚନ ତନ୍ତ୍ରର ପାୱାର ବଢିଥାଏ, ଆଖିର ଦୃଷ୍ଟି ଶକ୍ତି ବଢିବା ସହ ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣ ରଖିବା, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଓ ଅଯଥା ମୋଟାପଣ ମଧ୍ୟ କମାଇବାରେ ଭେଣ୍ଡି ବହୁ ମାତ୍ରାରେ ସାହାଜ୍ଯ କରିଥାଏ ।

 

ଆପଣ କଣ ଜାଣିଛନ୍ତି ଭେଣ୍ଡି ସହିତ ଏପରି କିଛି ଖାଦ୍ୟର ସମିଶ୍ରଣ କରି ଖାଇବା ଦ୍ଵାରା ଭେଣ୍ଡି ଆପଣଙ୍କ ପାଇଁ ବିଷାକ୍ତ ଖାଦ୍ୟ ମଧ୍ୟ ପାଲଟିଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ ଭେଣ୍ଡି ସହିତ କିମ୍ବା ଭେଣ୍ଡି ଖାଇବା ପୂର୍ବରୁ ଓ ପରେ ମଧ୍ୟ ଭୁଲ୍ ରେ ଏହି ସବୁ ଖାଦ୍ୟ ସେବନ କରିବା ଉଚିତ ହୋଇନଥାଏ ।

ଭେଣ୍ଡିରେ ଅନେକ ମାତ୍ରାରେ ଭିଟାମିନ, କ୍ୟାଲସିୟମ, ପୋଟାସିୟମ, କାର୍ବୋହାଇଡେର୍ଟ ଓ ଫାଇବର ଭଳି ଅନେକ ପୋଷକ ତତ୍ଵରେ ଭେଣ୍ଡି ପରିପୂର୍ଣ୍ଣ ହୋଇଥାଏ । କ୍ଷୀର ଆମ ଶରୀରରର ପାଇଁ ପୁଷ୍ଟିକର ଖାଦ୍ୟ ହୋଇଥାଏ । ଭେଣ୍ଡି ଖାଇବା ସହିତ କିମ୍ବା ଭେଣ୍ଡି ଖାଇବା ପରେ ଓ ପୂର୍ବରୁ ମଧ୍ୟ କ୍ଷୀରର ସେବନ କରିବା ଉଚିତ ହୋଇନଥାଏ ।

 

କ୍ଷୀର ତଥା କ୍ଷୀରରୁ ପ୍ରସ୍ତୁତ କୌଣସି ଖାଦ୍ୟ ସାମଗ୍ରୀ ଭେଣ୍ଡି ଖାଇବା ସାମୀରେ ଖାଇବା ଉଚିତ ହୋଇନଥାଏ । ଦିତୀୟ ଖାଦ୍ୟ ସାମଗ୍ରୀ ହେଉଛି କଲରା । କଲରା ଶରୀର ପାଇଁ ବହୁତ ଭଲ ଖାଦ୍ୟ ପଦାର୍ଥ ହୋଇଥାଏ । ଆପଣ ଏଥିପ୍ରତି ଧ୍ୟାନ ଦେବେ ଭେଣ୍ଡି ଖାଇବା ସମୟରେ କିମ୍ବା ଭେଣ୍ଡି ଖାଇବା ପରେ କେବେ ମଧ୍ୟ କଲରାର ସେବନ କରିବା ଉଚିତ ହୋଇନଥାଏ ।

କାରଣ ବେଳେ ବେଳେ ଲୋକ ମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଭେଣ୍ଡି ଆଇଟମ୍ ଓ କଲରା ଉପରେ କୌଣସି ଆଇଟମ୍ ପ୍ରସ୍ତୁତ କରିଦେଇଥାନ୍ତି । ଭେଣ୍ଡି ଓ କଲରା ଏକ ସମୟରେ ଖାଇବା ଦ୍ଵାରା ଶରୀରରେ ଏକ ପ୍ରକାର ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଯାଇଥାଏ । ଯାହା ଫଳରେ ଖାଦ୍ୟ ଠିକ ଭାବରେ ହଜମ ହୋଇପାରିନଥାଏ । ବେଳେ ବେଳେ ବାନ୍ତି ହେବା ସହ ପେଟ ସମସ୍ଯା ଆସିଥାଏ ।

 

ଯାହାକୁ ଆମେ ଫୁଡ୍ ପଇଯିନିଙ୍ଗ ହୋଇଯାଏ ବୋଲି କହିଥାଉ । ତୃତୀୟ ଖାଦ୍ୟ ପଦାର୍ଥ ହେଉଛି ମୂଳା । ମୂଳାକୁ ଯଦି ଆମେ ରୋଷେଇ କରି ଖାଇଥାଉ । ତେବେ ଏହାର ଉପକାରୀତା ଶରୀରରେ ଦେଖିବାକୁ ମିଳିଥାଏ । ଯଦି ଆପଣ ଭେଣ୍ଡି ସହିତ ମୂଳାର ମଧ୍ୟ ସେବନ କରିଥାନ୍ତି । ତେବେ ଏହା ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି କରିଦେଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button