ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା ଗାନ୍ଧି, ‘ଭାରତ ନ୍ୟାୟ ଯୋଡ଼ୋ ଯାତ୍ରା’ରେ ଯୋଗ ଦେଇପାରିଲେନି – Kalinga News

[ad_1]
ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି, ସେ ଅସୁସ୍ଥତା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେଣୁ ସେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଯୋଗ ଦେଇପାରିବେନି। ତେବେ କଂଗ୍ରେସ ନେତା ଏବଂ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନ୍ୟାୟ ଯାତ୍ରା ପାଇଁ ଶୁଭେଚ୍ଛା ପଠାଇଛନ୍ତି। ତେବେ ଖୁବଶୀଘ୍ର ସେ ସେମାନଙ୍କ ସହ ନ୍ୟାୟ ଯାତ୍ରାରେ ଯୋଗ ଦେବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧିଙ୍କ ନେତୃତ୍ବାଧୀନ ଯାତ୍ରା ଆଜି ସନ୍ଧ୍ୟାରେ ଉତ୍ତରପ୍ରଦେଶ ପ୍ରବେଶ କରିଛି। ପ୍ରିୟଙ୍କା ଗାନ୍ଧି ଭଦ୍ରା ସେମାନଙ୍କ ସହ ଯୋଗ ଦେବାର ଥିଲା। କିନ୍ତୁ ପ୍ରିୟଙ୍କା କହିଛନ୍ତି, ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପାଇଁ ମୁଁ ଉତ୍ତରପ୍ରଦେଶରେ ପହଞ୍ଚିବାକୁ ଉତ୍ସାହର ସହ ଅପେକ୍ଷା କରିଥିଲି। କିନ୍ତୁ ଅସୁସ୍ଥତା ପାଇଁ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମତେ ସୁସ୍ଥ ଲାଗିଲେ ଖୁବଶୀଘ୍ର ମୁଁ ଯାତ୍ରାରେ ଯୋଗ ଦେବି ବୋଲି କହିଛନ୍ତି। ସମସ୍ତ ଯାତ୍ରୀଙ୍କ ପାଇଁ ସେ ତାଙ୍କ ଶୁଭେଚ୍ଛା ପଠାଇଛନ୍ତି।

[ad_2]