ଦେଶ- ବିଦେଶ

ବାଂଲାଦେଶ ହିଂସା ପଛରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI; ଶେଖ୍ ହସିନାଙ୍କ ପୁଅଙ୍କ ଚାଞ୍ଜଲ୍ୟକର ବୟାନ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ହିଂସା ସରକାର ବଦଳାଇ ଦେଇଛି । ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି । ଗୁରୁବାର ୧୫ ଜଣିଆ ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ସରକାରଙ୍କ ମୁଖ୍ୟ ଉପଦେଷ୍ଟା ହୋଇଛନ୍ତି ନୋବେଲ ବିଜେତା ମହମ୍ମଦ ୟୁନୁସ୍ । ତେବେ ବାଂଲାଦେଶରେ ହିଂସାକୁ ନେଇ ଚାଞ୍ଜଲ୍ୟକର ବୟାନ ଦେଇଛନ୍ତି ଶେଖ୍ ହସିନାଙ୍କ ପୁଅ ସଞ୍ଜୀବ ଓ୍ବାଜେଦ୍ ।

ସେ କହିଛନ୍ତି, ଦେଶର ଅସ୍ଥିରତା ପଛରେ ପାକିସ୍ତାନର ହାତ ରହିଛି । ଗୁଇନ୍ଦା ଏଜେନ୍ସି ଆଇଏସଆଇ ଦେଶର ଅନ୍ତରୀଣ ମାମଲାରେ ହସ୍ତକ୍ଷେପ କରିଛି ଛାତ୍ରଛାତ୍ରଙ୍କୁ ଉସୁକାଇ ହିଂସା ସୃଷ୍ଟି କରିଛି । ଏଥିପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଦାୟି ବୋଲି ସଞ୍ଜୀବ ଓ୍ବାଜେଦ୍ କହିଛନ୍ତି ।

ଶେଖ୍ ହସିଲା ବାଂଲାଦେଶ ଫେରିବା ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ଦେଶରେ ଲୋକତନ୍ତ୍ର ସରକାର ଗଠନ ହେବା ପରେ ମା’ ପୁଣି ଥରେ ଦେଶକୁ ଫେରିବେ ବୋଲି ସଞ୍ଜୀବ କହିଛନ୍ତି । ମାତ୍ର ଏହା ସ୍ଥିର ହୋଇନାହିଁ ଯେ, ସେ ଜଣେ ସାଧାରଣ ଲୋକ ଭାବେ ଦେଶକୁ ଫେରିବେ ନା ପୁଣି ଥରେ ବାଂଲାଦେଶବାସୀ ସେବାରେ କାର୍ଯ୍ୟ କରିବେ । ଏହାଛଡ଼ା ସେ କହିଛନ୍ତି, ବାଂଲାଦେଶ ସମସ୍ତ ଲୋକ ଶେଖ୍ ମୁଜିବୁରରେହମାନ ପରିବାର ସଦସ୍ୟ ଏବଂ ଆବାମୀ ଲିଗକୁ ସେମାନେ ଛାଡ଼ିବେ ନାହିଁ । ଆବାମୀ ଲିଗ୍ ଦେଶରେ ସବୁଠୁ ବଡ଼ ପାର୍ଟି ଏବଂ ବହୁତ ପୁରୁଣା ଦଳ । ଏଭଳି ସ୍ଥିତିରେ ଆମେ ଆମ ଲୋକଙ୍କ ଠାରୁ ମୁହଁ ଫେରାଇ ପାରିବୁ ନାହିଁ । ବାଂଲାଦେଶରେ ଲୋକତନ୍ତ୍ର କାର୍ଯ୍ୟକାରୀ ହେବା ପରେ ତୁରନ୍ତ ଦେଶକୁ ଫେରିବୁ ବୋଲି ଶେଖ୍ ହସିନାଙ୍କ ପୁଅ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏବଂ ବିଜେପି ସରକାରକୁ ପ୍ରଶଂସା କରିଛନ୍ତି ସଞ୍ଜୀବ ଓ୍ବାଜେଦ୍ । ବାଂଲାଦେଶର ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଶେଖ ହସିନାଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି । ବାଂଲାଦେଶ ଲୋକତନ୍ତ୍ର କାର୍ଯ୍ୟକାରୀ ପାଇଁ କୂଟନୈତିକ ଚାପ ପକାଇବାକୁ ସେ ଅନୁରୋଧ କରିଛନ୍ତି । ଭାରତ ନିଜ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ରଖିବାକୁ ହେଲେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାପ ପକାଇବାକୁ ପଡ଼ିବ ବୋଲି ସଞ୍ଜୀବ ଓ୍ବାଜେଦ କହିଛନ୍ତି…

Related Articles

Leave a Reply

Your email address will not be published. Required fields are marked *

Back to top button