ରାଜ୍ୟ

ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କାଲିଫର୍ନିଆର ଗବେଷଣା ବିଶେଷଜ୍ଞ

ଗୋପାଳପୁର: କାଲିଫର୍ନିଆର ଗବେଷଣା ବିଶେଷଜ୍ଞ ତଥା ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡରେ ଭାରତକୁ ପ୍ରତିନିଧିତ୍ଵ କରି ରୌପ୍ୟ ପଦକ ବିଜେତା ଡ. ସ୍ଵରୂପ ମିଶ୍ର ନିଷ୍ଟ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହିତ ଭାବ ବିନିମୟ କରିଥିଲେ। ସେ ଇନଷ୍ଟ୍ରକସନ୍ ଟ୍ୟୁନିଂ, ପ୍ରମ୍ପ୍ଟ ଇଞ୍ଜିନିୟରିଂ ଓ ସେଲ୍ଫ ଇମ୍ପ୍ରୁଭିଂ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଉପରେ ଗବେଷଣା କରୁଛନ୍ତି।

ଅନୁଷ୍ଠାନର ଭାରପ୍ରାପ୍ତ କୁଳପତି ଡ଼. ପି. ରାଜେଶ କୁମାର, ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁଙ୍କର ନାୟକ, ଡ଼.

ଦୁର୍ଯ୍ୟଧନ ସାହୁ, ଡ଼. ରତିକାନ୍ତ ନାୟକ, ଡ଼. ଅମିତ ପଟ୍ଟନାୟକ, ଡ଼. ପୋନୂପ ପାତ୍ର, ଡ଼.

ମାନସ ରଞ୍ଜନ ପାତ୍ର, ଡ଼. ମଞ୍ଜୁଶ୍ରୀ ନାୟକ, ଡ଼. ଏମ ରାଜେନ୍ଦ୍ର କୁମାର, ଡ଼. ସୁବ୍ରତ କୁମାର ଭୂୟାଁ, ଡ଼. ପ୍ରୀତି ରଞ୍ଜନ ସାହୁ, ଚାରୁଲତା ପଳାଇ, ଶ୍ରୀ କୁମାର, ପିତାମ୍ବର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡ଼. ମିଶ୍ର ଚାଟ ଜିପିଟିର ପ୍ରଭାବ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ପ୍ରଯୁକ୍ତିବିଦ୍ୟା ଉପରେ ସାମ୍ପ୍ରତିକ ଧାରା ବିଷୟରେ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button