ମନୋରଞ୍ଜନ

୨ଥର ଛାଡ଼ପତ୍ର ହୋଇଥିବାରୁ ଝିଅର ବିବାହ କରାଇବାକୁ ଚାହୁନାହାନ୍ତି ଶ୍ବେତା

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ ଅଛପା ନାହିଁ। ସେ ତାଙ୍କ ଜୀବନରେ ବହୁତ କଷ୍ଟ ସହିଛନ୍ତି। ଶ୍ୱେତା ଦୁଇଥର ବିବାହ କରିଥିଲେ ଏବଂ ଦୁଇ ଥର ଛାଡପତ୍ର ଯନ୍ତ୍ରଣାର ସମ୍ମୁଖୀନ ହୋଇଥିଲେ। ଶ୍ୱେତା ଚାହାଁନ୍ତି ନାହିଁ ଯେ ତାଙ୍କ ଝିଅ ତାଙ୍କ ବ୍ୟକ୍ତିଗତ ଜୀବନରେ ସମାନ ସଂଘର୍ଷର ସମ୍ମୁଖୀନ ହୁଅନ୍ତି।

ଏହି କାରଣରୁ ଶ୍ୱେତା ତିୱାରୀ ଝିଅ ପଲକଙ୍କୁ ବିବାହ ନକରିବାକୁ ପରାମର୍ଶ ଦେଉଥିବା ଜଣାପଡ଼ିଛି। ସେ ଚାହୁଁ ନାହାଁନ୍ତି ଯେ, ତାଙ୍କ ଝିଅ ପଲକ ବିବାହ କରନ୍ତୁ।

ଶ୍ୱେତା ତିୱାରୀ ପ୍ରଥମେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ, ଯାହା ପରେ ସେ ପଲକଙ୍କ ମା’ ବନିଥିଲେ। ଶ୍ୱେତା ଏବଂ ରାଜାଙ୍କ ସମ୍ପର୍କ ବେଶୀ ଦିନ ତିଷ୍ଠି ରହିଲା ନାହିଁ। ଶ୍ୱେତା ରାଜାଙ୍କ ଉପରେ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ, ଯାହା ପରେ ଦୁହେଁ ଅଲଗା ହୋଇଗଲେ। ରାଜାଙ୍କ ପରେ ଶ୍ୱେତା ଅଭିନବ କୋହଲିଙ୍କୁ ବିବାହ କରିଥିଲେ, ଯାହା ମଧ୍ୟ ବିଫଳ ହୋଇଥିଲା। ଶ୍ୱେତା ଏବଂ ଅଭିନବଙ୍କର ଏକ ପୁଅ ମଧ୍ୟ ଅଛି, ଯାହାକୁ ଶ୍ୱେତା ଏକୁଟିଆ ପାଳୁଛନ୍ତି।

ବମ୍ବେ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଶ୍ୱେତା, ପଲକଙ୍କ ବିବାହ ବିଷୟରେ କହିଥିଲେ। ଶ୍ୱେତା କହିଥିଲେ ଯେ, ପଲକ ତାଙ୍କ ନିଷ୍ପତ୍ତି ନେବା ପାଇଁ ମୁକ୍ତ। କିନ୍ତୁ ମୁଁ ଚାହେଁ ନାହିଁ ଯେ ସେ କେବଳ କାହାକୁ ଡେଟ୍ କରୁଛନ୍ତି ବୋଲି ତାଙ୍କୁ ବିବାହ କରିବେ। ମୁଁ ବିବାହରେ ବିଶ୍ବାସ କରେ ନାହିଁ ଏବଂ ମୋ ଝିଅକୁ ବିବାହ ନକରିବାକୁ ମଧ୍ୟ କହେ। ମୁଁ କେବଳ ଚାହୁଁଛି ସେ ବିବାହ ପୂର୍ବରୁ ସେ ଭଲକରି ଭାବନ୍ତୁ। କେବଳ ଏକ ସଂପର୍କରେ ରହିବା ଅର୍ଥ ନୁହେଁ ଯେ ତୁମକୁ ବିବାହ କରିବାକୁ ପଡିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button