ରାଜ୍ୟ

ଜଳମଗ୍ନ ରାଜସ୍ବ ବିଭାଗର କାର୍ଯ୍ୟାଳୟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି କାର୍ଯ୍ୟାଳୟକୁ ଲାଗି ରହିଛି ଅତାବିରା ରାଜସ୍ବ ବିଭାଗର କାର୍ଯ୍ୟାଳୟ। ଗତ ଦୁଇଦିନ ଧରି ଲଗାଣ ବର୍ଷାରେ ଏହି କାର୍ଯ୍ୟାଳୟର ଜଳ ନିଷ୍କାସିତ ହୋଇ ନ ପାରି ଚାରି ପାର୍ଶ୍ଵରେ ପ୍ରାୟ ଦୁଇଫୁଟ ପାଣି ଜମି ରହିଛି। ଫଳରେ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ ମାନଙ୍କ ଘରର ପାଚେରୀ ଦୁର୍ବଳ ହୋଇ ଭାଙ୍ଗି ଯିବାର ସମ୍ଭାବନା ଦେଖା ଦେଉଛି।

ଏହି କାର୍ଯ୍ୟାଳୟର ପାଚେରି ନିର୍ମାଣ ପାଇଁ ବିଭାଗ ପକ୍ଷରୁ ଅନ୍ୟ ମାନଙ୍କ ଘର କାନ୍ଥକୁ ଲାଗି ଗାତ ଖୋଳାଯାଇଛି। କିନ୍ତୁ କାମ ଆରମ୍ଭ ନ ହୋଇ ଦୀର୍ଘ ଦିନ ହେଲା ଏମିତି ପଡ଼ି ରହିଛି। ଉକ୍ତ ଗାତ ମାନଙ୍କରେ ପାଣି ଜମି ରହି ପାର୍ଶ୍ଵ ଘର ପ୍ରତି ବିପଦ ସୃଷ୍ଟି କରୁଛି । ଏଣୁ କାର୍ଯ୍ୟାଳୟ ଆଖପାଖରେରେ ରହୁଥିବା ଲୋକେ ଏ ନେଇ ଚିନ୍ତିତ ହୋଇ ପଡିଛନ୍ତି । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button