ରାଜ୍ୟ

ଜାତୀୟ ରାଜପଥରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ଛକ ଜାତୀୟ ରାଜପଥ ଉପରୁ ଗତ ବିଳମ୍ବିତ ରାତିରେ ଅତାବିରା ପୁଲିସ ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ରାତିରେ ପ୍ରବଳ ବର୍ଷାରେ ରକ୍ତାକ୍ତ ଅବସ୍ଥାରେ ରାଜପଥ ଉପରେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଖବର ପାଇ ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ।

ଏହା ସହ ବରଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହକୁ ବରଫ କୋଠରୀରେ ରଖାଯାଇଥିବା ଜଣାପଡ଼ିଛି। ବୃଦ୍ଧଙ୍କର କେହି ପରିଚିତ ବା ସମ୍ପର୍କୀୟ ଆସିଲେ ତାଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ। ଏହା ବ୍ୟତୀତ କେଉଁ କାରଣରୁ ମୃତ୍ୟୁ ଘଟିଛି ତାହା ମଧ୍ୟ ସ୍ପଷ୍ଟ ଜଣାପଡ଼ି ନଥିବା ଯୋଗୁଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button