ରାଜ୍ୟ

ରିମାଣ୍ଡରେ ଖୁଲାସା; ୯୯ ରାଣୀର ରାଜା ଥିଲା ସତ୍ୟଜିତ ସାମଲ

ଭୁବନେଶ୍ବର: ଖୋଲୁଛି ଧୋକାବାଦ ସତ୍ୟଜିତ ସାମଲଙ୍କ ଗୁମର । ଗତକାଲି ଠୁ ଦୁଇ ଦିନିଆ ରିମାଣ୍ଡରେ ଗଲା ପରେ ଧିରେ ଧିରେ ଖୋଲୁଛି ସବୁ ରହସ୍ୟ । ୪୯ ନୁହେଁ ବରଂ ୯୯ ମହିଳାଙ୍କ ସହ ଥିଲା ତାର ସମ୍ପର୍କ ।

ରିମାଣ୍ଡର ପଚରା ଉଚରା ସମୟରେ ଫେକ୍ ପୋଲିସ ଆଇଡି ସହ ପାସପୋର୍ଟ ଜବତ ହୋଇଛି । ଅଭିଯୁକ୍ତ ସତ୍ୟଜିତର ମୋବାଇଲ ଯାଞ୍ଚ ପରେ ଏକାଧିକ ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା ଜଣାପଡିଛି ।

ରିମାଣ୍ଡ ବେଳେ ସବୁ କଳାକାରନାମା ଉପରୁ ପର୍ଦ୍ଦା ଉଠିଛି । ଅଭିଯୁକ୍ତ କେତେ ମହିଳାଙ୍କ ଭିଡ଼ିଓ ସୁଟ କରିଛି, ତାର ଭିଡ଼ିଓ ଭର୍ତ୍ତି ପେନଡ୍ରାଇଭ ଜବତ କରିଛି ପୋଲିସ ।

ଖାଲି ସେତିକି ନୁହେଁ ଓଡିଆ ବ୍ୟତୀତ ସେ ଛଅଟି ଭାଷାରେ କଥା ବାର୍ତ୍ତା କରିପାରେ ଏହି ରସିକିଆ ପ୍ରେମିକ । ମିଳିଥିବା ସୂଚନା ଅନୂସାରେ ସେ ହସ୍ପିଟାଲିଟି ମ୍ୟାନେଜର, ଡିପ୍ଲୋମା, କିଙ୍ଗଫିସର ଏୟାରଲାଇନ୍ସ, ବିବି ରେ କାମ କରିବା ସହ ମହିଳାମାନଙ୍କୁ ଚକମା ଦେବାରେ ଥିଲା ଧୁରନ୍ଦର । ଆଜି ସତ୍ୟଜିତର ରିମାଣ୍ଡ ଅବଧି ଶେଷ ହୋଇଛି । ଏବେ ସେ ଜେଲ୍ ରେ ରହିବ । ଆବଶ୍ୟକ ପଡିଲେ ପୋଲିସ ପୁଣି ରିମାଣ୍ଡରେ ଆଣିପାରେ ବୋଲି ସୂଚନା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button