ରାଜ୍ୟ

ଅସୁସ୍ଥ ହାତୀ ଶାବକ ଉଦ୍ଧାର

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୃଷ୍ଣପୁର ସଂରକ୍ଷିତ ଜଙ୍ଗଲରୁ ଏକ ମାଈ ହାତୀ ଶାବକ ଉଦ୍ଧାର କରାଯାଇଛି।ଉଦ୍ଧାର ହାତୀ ଶାବକର ବୟସ ୨ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟାରେ ହାତୀ ଶାବକଟି ଗୋଠରୁ ଅଲଗା ହୋଇ ରହିଯାଇଛି।

ବନ ବିଭାଗ ଖବର ପାଇ ଶାବକକୁ ହାତୀପଲରେ ମିଶାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଛି।

ଫଳରେ ବିଳମ୍ବିତ ରାତିରେ ଉଦ୍ଧାର କରି ବନ୍ଧନଝରୀ ଫରେଷ୍ଟ ବିଟ୍ ରେ ରଖିଛି। ତେଲକୋଇ ପ୍ରାଣୀ ଚିକିତ୍ସା ଦଳ ସେଠାରେ ପହଞ୍ଚି ଚିକିତ୍ସା କରିଛନ୍ତି। ତେବେ ଅସୁସ୍ଥ ଶାବକଟି ଯାହା ଖାଉଛି, ବାନ୍ତି କରି ଦେଉଥିବା ଜଣାପଡିଛି। ଏହି ଗୋଠରେ ୨୧ଟି ହାତୀ ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button