ରାଜ୍ୟ

ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ପାରିବାରିକ କଳହ ଯୋଗୁଁ ନଦୀକୁ ଡେଇଁଥିଲେ

ମ୍ବଲପୁର, ୦୩/୦୮ : ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଉଦ୍ଧାର। ଶୁକ୍ରବାର ରାତି ପ୍ରାୟ ସାଢେ ୧୦ଟା ବେଳେ ସମ୍ବଲପୁର ମହାନଦୀର ଦ୍ଵିତୀୟ ସେତୁ ଉପରୁ ଡେଇଁ ପଡ଼ିଥିବା ଯୁବକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି।

ସୂଚନାନୁଯାୟୀ, ରାତି ପ୍ରାୟ ଗୋଟାଏ ବେଳେ ଯୁବକ ଜଣଙ୍କ ଗୋବିନ୍ଦତଲା ଅଞ୍ଚଳରେ ଏକ ଘାସ ବୁଦାରେ ଲାଗିଥିଲେ।

ସ୍ଥାନୀୟ ଲୋକେ ବ୍ୟକ୍ତି ଜଣକର ପାଟି ଶୁଣି ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତେବେ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବ୍ୟକ୍ତି ଜଣକ ସ୍ଥାନୀୟ ସୁନାପାଲି ଅଞ୍ଚଳର ମନ୍ତୋଷ ତାଣ୍ଡି ବୋଲି ଜଣାପଡ଼ିଛି। ମଦ ପାଇଁ ଘରେ କଳହ ହେବାରୁ ସେ ଚାଉଁରପୁର ପୋଲ ଉପରୁ ଡେଇଁପଡ଼ିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button