ରାଜ୍ୟ

ବ୍ରିଜ୍ ଉପରେ ସ୍କୁଟି ରଖି ଡେଇଁ ପଡିଲେ ଶିକ୍ଷୟତ୍ରୀ : ବଢୁଛି ସସ୍ପେନ୍ସ ଖୋଜୁଛି ଅଗ୍ନିଶମ ବାହିନୀ…

କଟକ ତ୍ରିଶୁଳିଆର ସୁବାଷ ସେତୁ ଉପରେ ଏକ ନାଲି ରଙ୍ଗର ସ୍କୁଟି ଥୁଆ ହୋଇଛି । କିନ୍ତୁ ଚାଳକଙ୍କ ପତା ମିଳୂନି , ସେ ନଦୀକୁ ଡେଇଁ ପଡିଲେ ନା କୁଆଡେ ଚାଲିଯାଇଛନ୍ତି ତାକୁ ନେଇ ବଢୁଛି ସସ୍ପେନ୍ସ । କାରଣ ଗାଡ଼ିରେ ଚାବି ଲାଗିଥିବା ବେଳେ ପାଖରେ ଚପଲ ବି ଥୁଆ ହୋଇଥିଲା। ପୁଲିସ୍ ତଦନ୍ତ ଆରମ୍ଭ କରି ଗାଡ଼ିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜାଣିବାକୁ ପାଇଛି।

ତେବେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେଶନ ଆରମ୍ଭ କରିଦେଇଛନ୍ତି । ପରେ ଖବର ପାଇ ମମତାଙ୍କ ପରିବାର ଲୋକେ ବ୍ରିଜ ଉପରେ ପହଞ୍ଚିଥିବା ବେଳେ ଗାଡ଼ିକୁ ଚିହ୍ନଟ କରିଛନ୍ତି । ମାତ୍ର ଗାଡ଼ି ରଖି ମମତା କେଉଁଆଡ଼େ ଗଲେ ଓ ଏହା ପଛର କାରଣ କ’ଣ ସେ ନେଇ ସେମାନେ କିଛି କହି ପାରୁ ନାହାନ୍ତି।

ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ । ଗତକାଲି ମମତା ସାହୁଙ୍କ ବାପାଙ୍କ ଶ୍ରାଦ୍ଧ ଥିବାରୁ ସ୍ୱାମୀଙ୍କ ସହ ସେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ଉଭୟ ନିଜ ଘରକୁ ଫେରିଥିଲେ। ମାତ୍ର ଆଜି ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍ ବି ନେଇ ନ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button