ରାଜ୍ୟ

ଗାଁରେ ନାହିଁ ପକ୍କା ରାସ୍ତା ; ହନ୍ତସନ୍ତ ଅଞ୍ଚଳବାସୀ

ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ ନାନ୍ଦପୁରରୁ ଆରଡ଼ିକୁ ସଂଯୋଗ କରୁଥିବା ରାସ୍ତା ର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି। ଗୋବିନ୍ଦ ପୁର, ମାଧପୁର ସହ ପାଖ ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଆଜିକୁ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ପାଣି କାଦୁଅ ରାସ୍ତାରେ ଯାତାୟାତ କହୁଛନ୍ତି ଅଞ୍ଚଳବାସୀ । ଗାଁକୁ ରାସ୍ତା ନଥିବା କାରଣରୁ  ଜନନୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି ୧୦୮ ଆମ୍ବୁଲାନ୍ସ ଏବଂ ଦମକଳ ଗାଡି ବର୍ଷା ଦିନରେ ଗାଁକୁ ଆସିବା ମୁସ୍କିଲ ହୋଇପଡ଼ିଛି । ଏଥି ନେ଼ଇ ଗ୍ରାମବାସୀ ମାନେ ବ୍ଲକ ଓ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସହ ସ୍ଥାନୀୟ ବିଧାୟକ ଙ୍କ ନିକଟରେ ପହଁଚି ଗାଁର ରାସ୍ତା ସମସ୍ୟାର ସମାଧାନ ପାଇଁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ । ତେବେ ତୁରନ୍ତ ବିଭାଗୀୟ ଅଧିକାରୀ କ୍ଷେତ୍ରୀୟ ତଦନ୍ତ କରି ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button