ଦେଶ- ବିଦେଶ
କେରଳ ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୮୪କୁ ବୃଦ୍ଧି

କେରଳର ଓ୍ବାୟନାଡରେ ହୋଇଥିବା ଭୂସ୍ଖଳନ ମୃତ୍ୟୁସଂଖ୍ୟା ୮୪ରେ ପହଞ୍ଚିଛି । ଏହି ଘଟଣାରେ ୧୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ୱାୟନାଡର ମେପ୍ପାଡି, ମୁବାଦକ୍କାଇ ଏବଂ ଚୁରାଲ ମାଲା ପାହାଡ଼ରେ ଭୂସ୍ଖଳନ ଘଟିଛି। ଅଧିକାରୀଙ୍କ କହିବା ନୁସାରେ, ମୁବାଦକ୍କାଇରେ ରାତି ପ୍ରାୟ ୧ଟା ବେଳେ ପ୍ରଥମ ଭୂସ୍ଖଳନ ହୋଇଥିଲା।ଅଧିକାରୀମାନେ କହିଛନ୍ତି ଯେ ପରବର୍ତ୍ତୀ ଭୂସ୍ଖଳନ ଭୋର ୪ଟାରେ ଚୁରାଲ ମାଲାଠାରେ ଘଟିଥିଲା। ସେହି ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କ୍ୟାମ୍ପ, ଘର, ସ୍କୁଲ ବସ୍ ସବୁ ରେ କାଦୁଅ ଓ ପାଣି ଭର୍ତ୍ତି ହୋଇଥିବା ସୂଚନା ମିଳିଛି।




