ରାଜ୍ୟ

ତ୍ୱଚା ଭାଙ୍ଗରୁ ମୁକ୍ତି ଦେବ ଏହି ଫେସପ୍ୟାକ୍‌, ଜାଣନ୍ତୁ କିପରି କରିବେ ବ୍ୟବହାର

ଗରମ ଦିନ ଆରମ୍ଭ ହୋଇଗଲାଣି। ଏହି ସମୟରେ ନିଜ ତ୍ୱଚାର ଦେଖାଶୁଣା କରିବା ନିତାନ୍ତ ଜରୁରୀ। ଏହି ସମୟରେ ଝାଳ ଯୋଗୁଁ ତ୍ୱଚାରେ ଥକ୍କାପଣ ଲାଗିଥାଏ। ତ୍ୱଚା ଝାଉଁଳି ଯିବା ସହିତ ଭାଙ୍ଗ ପଡିଯାଏ। ଏମିତିରେ ଆପଣଙ୍କ ତ୍ୱଚା ପାଇଁ ଭିଟାମିନ-ସି, ଆଇରନ, ବିଟା କେରାଟିନ, ପୋଟାସିୟମ, କ୍ୟାଲସିୟମ ଥିବା କଲରା ବହୁତ ଫାଇଦା ଯୋଗାଇଥାଏ। କଲରା ଏହାକୁ ଖାଇବାକୁ ଅନେକ ନାପସନ୍ଦ କରନ୍ତି।

kalar

କିନ୍ତୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭକାରୀ। ଏହାର ପିତାଅଂଶ ଶରୀରରୁ ଅନେକ ରୋଗ ଓ ସମସ୍ୟା ଦୂର କରିଥାଏ। କିନ୍ତୁ ଏହି କଲରା ଆପଣଙ୍କ ତ୍ୱଚାର ସମସ୍ୟା ମଧ୍ୟ ଦୂର କରିଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କୁ କଲରା ଫେସପ୍ୟାକ୍‌ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ତ୍ୱଚା ସମସ୍ୟାରୁ ମୁକ୍ତି ପାଇବେ। ଆସନ୍ତୁ ଜାଣିବା, କିପରି ପ୍ରସ୍ତୁତ କରିବେ କଲରା ଫେସପ୍ୟାକ୍‌ :

ଆବଶ୍ୟକ ସାମଗ୍ରୀ :

୧ ବଡ ଚାମଚ କଲରା ରସ

୧ ବଡ ଚାମଚ ଦହି

୧ ଅଣ୍ଡାର କେଶର

face mask

ପ୍ରସ୍ତୁତି ପ୍ରଣାଳୀ :

ଏକ ପାତ୍ରରେ ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ନେଇ ଏବେ ମୁହଁରେ ବେକରେ ଭଲଭାବେ ଲଗାଇ ଦିଅନ୍ତୁ। ଏହାକୁ ଲଗାଇବା ପରେ ୨୦ରୁ ୨୫ ମିନିଟ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ ମୁହଁରେ କିଛି ପାଣି ସିଞ୍ଚନ କରନ୍ତୁ। ତ୍ୱଚା ଅଳ୍ପ ଓଦା ହୋଇଗଲା ପରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ତା’ ପରେ ଅଳ୍ପ ଉଷୁମ ପାଣିରେ ଚେହେରାକୁ ଭଲଭାବେ ଧୋଇଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button