ଦେଶ- ବିଦେଶ

ଲଞ୍ଚ ହେଲା Honor X60i, ଜାଣନ୍ତୁ ଦାମ ଏବଂ ଫିଚର୍ସ

ପ୍ରତିଦିନ ବଜାରରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Honor ପୁଣି ଥରେ ବଜାରରେ ଏକ ବଢ଼ିଆ ଫୋନ ଲଞ୍ଚ କରିଛି । ଗତ ଗୋଟିଏ ବର୍ଷ ମଧ୍ୟରେ Honor ବଜାରରେ ଅନେକ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ ବଜାରରେ ଅନ୍ୟ ଏକ ଡିଭାଇସ୍‌ ଲଞ୍ଚ କରିଛି । Honor ନିଜ ୟୁଜରଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ Honor X60i ଲଞ୍ଚ କରିଛି ।

Honorର ନୂଆ Honor X60i ସ୍ମାର୍ଟଫୋନ୍ ହେଉଛି ଗତ ବର୍ଷ ଲଞ୍ଚ ହୋଇଥିବା Honor X50i ର ଏକ ଅପଗ୍ରେଡ୍ ଭାରିଆଣ୍ଟ । କମ୍ପାନୀ Honor X60i ରେ ଦମଦାର ଫିଚର ଦେଇଛି । ଏଥିରେ ଆପଣଙ୍କୁ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯାଇଛି । ଆସନ୍ତୁ ଏହି ନୂଆ ସ୍ମାର୍ଟଫୋନ୍ ବିଷୟରେ ଡିଟେଲ୍ସରେ ଜାଣିବା ।

କମ୍ପାନୀ ତିନୋଟି ଭାରିଆଣ୍ଟ ସହିତ Honor X60i ଲଞ୍ଚ କରିଛି । ପ୍ରଥମ ଭାରିଆଣ୍ଟ ୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ଦାମ୍‌ ପ୍ରାୟ ୧୬,୧୫୪ ଟଙ୍କା । ଦ୍ୱିତୀୟ ଭାରିଆଣ୍ଟ ୧୨ GB RAM ଏବଂ ୨୫୬ GB ଷ୍ଟୋରେଜ୍ ସହିତ ଆସିଥାଏ ଯାହାର ଦାମ୍‌ ପାଖାପାଖି ୧୮,୪୬୫ ଟଙ୍କା ଏବଂ ଏହାର ଟପ୍‌ ଭାରିଆଣ୍ଟ ୧୨ GB RAM ଏବଂ ୫୧୨ GB ଷ୍ଟୋରେଜ୍ ସହିତ ଆସିଥାଏ । କମ୍ପାନୀ ଏହାକୁ ପ୍ରାୟ ୨୦,୭୭୫ ଟଙ୍କାରେ ଲଞ୍ଚ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଫୋନ ଭାରତରେ ଲଞ୍ଚ ହେବା ନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

କମ୍ପାନୀ Honor X60i ରେ ୬.୭ ଇଞ୍ଚର ଏକ ଦମାଦର ଡିସପ୍ଲେ ଦେଇଛି । ଏହାର ଡିସପ୍ଲେ ଫୁଲ୍ HD ପ୍ଲସ୍ ରିଜୋଲ୍ୟୁସନ୍ ସହିତ ଆସିଥାଏ ଯେଉଁଥିରେ ଆପଣ ୨୦୦ ନିଟ୍ ପର୍ଯ୍ୟନ୍ତ ବ୍ରାଇଟନେସ୍‌ ପାଇପାରିବେ । ସୁରକ୍ଷାକୁ ଧ୍ୟାନରେ ରଖି କମ୍ପାନୀ ଏଥିରେ ଏକ ଇଣ୍ଟିଗ୍ରେଟେଡ୍ ଫିଙ୍ଗର ପ୍ରିଣ୍ଟ ସ୍କାନର୍ ଦେଇଛି । କମ୍ପାନୀ IP64 ରେଟିଂ ସହିତ Honor X60i କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନରେ ମିଡିଆ ଟେକ୍ ଡାଇମେନସିଟି ୬୦୮୦ ପ୍ରୋସେସର୍ ରହିଛି । ଏଥିରେ ଆପଣ ୧୨ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ପାଇପାରିବେ । Honor X60i ରେ ଆପଣ ଏକ ଡୁଆଲ୍ କ୍ୟାମେରା ପାଇବେ ଯେଉଁଥିରେ ଆପଣ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ପାଇବେ । ସେକେଣ୍ଡାରୀ କ୍ୟାମେରା ହେଉଛି ୨ ମେଗାପିକ୍ସେଲର । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । ସ୍ମାର୍ଟଫୋନକୁ ପାଓ୍ଵାର ଦେବା ପାଇଁ ଏହି ଫୋନରେ ୫୦୦୦mAh ର ଏକ ବଡ ବ୍ୟାଟେରୀ ଦିଆଯାଇଛି । ଏହି ସ୍ମାର୍ଟଫୋନରେ ଆପଣ କ୍ଲାଉଡ୍ ବ୍ଲୁ, ମୁନ୍‌ ସ୍ୟାଡୋ ହ୍ଵାଇଟ୍‌, କୋରାଲ୍ ପର୍ପଲ ଏବଂ ମ୍ୟାଜିକ୍ ନାଇଟ୍ ବ୍ଲାକ୍ କଲର ଅପ୍ସନ ପାଇପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button