ଦେଶ- ବିଦେଶ

ସ୍ମାର୍ଟଫୋନରେ ବି ବଜେଟର ପ୍ରଭାବ, ଶସ୍ତା ହେଲା iPhoneର ଦାମ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଅନେକ ବଡ଼ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ ଫୋନ୍ ଏବଂ ଚାର୍ଜର୍ ଉପରେ ସରକାର କଷ୍ଟମ୍ ଡ୍ୟୁଟି ହ୍ରାସ କରିଛନ୍ତି । ମୋବାଇଲ ଏବଂ ଚାର୍ଜର ଉପରେ କଷ୍ଟମ ଡ୍ୟୁଟି ୨୦% ରୁ ୧୫% କୁ ହ୍ରାସ କରାଯାଇଛି । ଏହାର ଅର୍ଥ ବର୍ତ୍ତମାନ ମୋବାଇଲ୍ ଫୋନ୍ ଏବଂ ଚାର୍ଜର କ୍ରୟ ଉପରେ ଆପଣଙ୍କୁ ୫% କମ୍ ଦେବାକୁ ପଡିବ ।

ଏହି ଘୋଷଣା ପରେ ଆପଲ୍ ଏହାର iPhoneର ଦାମ୍‌ କମ କରିଛି । ଆପଲ୍ ର ଅନଲାଇନ୍ ଷ୍ଟୋର୍‌ରେ ଫୋନର ମୂଲ୍ୟ ହ୍ରାସ କରାଯାଇଛି । ସୂଚନା ଥାଉ କି ପ୍ରଥମ ଥର ଆପଲ୍ ନୂଆ iPhone ମଡେଲ୍ ଲଞ୍ଚ ହେବାର କିଛି ମାସ ପୂର୍ବରୁ ମୂଲ୍ୟ ହ୍ରାସ କରିଛି, ଯାହା ସେପ୍ଟେମ୍ବର ୨୦୨୪ ରେ ହେବ ବୋଲି ଆଶା କରାଯାଉଛି ।

ଆପଲ୍ iPhone 15 ପ୍ରୋର ଦାମ ୧,୩୪,୯୦୦ ଟଙ୍କା ଏବଂ iPhone 15 ପ୍ରୋ ମ୍ୟାକ୍ସକୁ ୧,୨୯,୮୦୦ ଟଙ୍କା ଆରମ୍ଭ ମୂଲ୍ୟରେ ଲଞ୍ଚ କରିଥିଲା । କିନ୍ତୁ ଡିସକାଉଣ୍ଟ ପରେ ବର୍ତ୍ତମାନ iPhone 15 ପ୍ରୋ ୧,୨୯,୮୦୦ ଟଙ୍କାରେ ଏବଂ iPhone 15 ପ୍ରୋ ମ୍ୟାକ୍ସକୁ ୧,୫୪,୦୦୦ ଟଙ୍କାରେ ଉପଲବ୍ଧ କରାଯାଇଛି । iPhone 15 ପ୍ରୋ ମୂଲ୍ୟ ୫,୧୦୦ ଟଙ୍କା ହ୍ରାସ ହୋଇଥିବାବେଳେ iPhone 15 ପ୍ରୋ ମ୍ୟାକ୍ସର ମୂଲ୍ୟ ୫,୯୦୦ ଟଙ୍କାକୁ ହ୍ରାସ କରାଯାଇଛି ।

ଅନ୍ୟପଟେ iPhone 15 ଏବଂ iPhone 15 ପ୍ଲସ୍ ମଡେଲଗୁଡ଼ିକର ମୂଲ୍ୟ ସାମାନ୍ୟ ହ୍ରାସ ହୋଇଛି । iPhone 15 ଏବଂ iPhone 15 ପ୍ଲସ୍ ର ମୂଲ୍ୟ ମାତ୍ର ୩୦୦ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ୭୯,୬୦୦ ଏବଂ ୮୯,୬୦୦ ଟଙ୍କା ରେ ଉପଲବ୍ଧ । ଆପଲ୍ iPhone 13 ଏବଂ iPhone 14 ର ମୂଲ୍ୟରେ ୩୦୦ ଟଙ୍କା ହ୍ରାସ ହୋଇଛି । iPhone SE ର ମୂଲ୍ୟ ୨,୩୦୦ ଟଙ୍କା ହ୍ରାସ କରାଯାଇଛି । ଏହା ବ୍ୟତୀତ iPhone SE ବର୍ତ୍ତମାନ ୪୭,୬୦୦ ଟଙ୍କାରେ ଉପଲବ୍ଧ ହେଉଛି କିନ୍ତୁ ଏହାର ମୂଲ୍ୟ ୪୯,୯୦୦ ଟଙ୍କା ଥିଲା । ଆପଲ୍ iPhone 13 ର ଦାମ ୫୯,୬୦୦ ଟଙ୍କା ରହିଛି ଏବଂ iPhone 14 ର ଦାମ ୬୯,୬୦୦ ଟଙ୍କା ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button