ଦେଶ- ବିଦେଶ

ସକାଳୁ ଉଠୁ ଉଠୁ ଯଦି ଫୋନର ପ୍ରୟୋଗ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ଘାତକ ହୋଇ ପାରେ ପରିଣାମ

ଆଜିକାଲି ଦୁନିଆ ରେ ଫୋନ ସମସ୍ତଙ୍କ ଜୀବନ ହୋଇଯାଇଛି, ଆମେ ସବୁବେଳେ ଫୋନ ହାତ ରେ ଧରିଥାଉ । ଆମେ ସମସ୍ତେ ଫୋନ ର ଏତେ ଅଭ୍ୟସ୍ତ ହେଇଗଲେଣି କି ରାତି ରେ ଶୋଇବା ଆଗରୁ ଫୋନ ଏବଂ ଉଠିଲା ପରେ ଫୋନ ସବୁବେଳେ ଖାଲି ଫୋନ, କିନ୍ତୁ କଣ ଆପଣ ଜାଣିଛନ୍ତି ସକାଳେ ଉଠିଲା ପରେ ସାଙ୍ଗେ ସାଙ୍ଗେ ଫୋନ ଧରିଲେ କଣ ହୁଏ ଏବଂ ଏହା ଆମ ପାଇଁ କେତେ ହାନିକାରକ ଅଟେ ।

ଆଜି ଆମେ ଆପଣଙ୍କୁ କହିବୁ ସକାଳେ ଉଠି ଫୋନ ଧରିଲେ କଣ ହୁଏ ।

କିଛି ଦିନ ପୂର୍ବରୁ ୟୁନାଇଟେଡ ଷ୍ଟେଟସ ରେ ୨୦୦୦ଲୋକଙ୍କ ଉପରେ ସର୍ଭେ ହୋଇଥିଲା, ଏହି ସର୍ଭେ ରେ ଜଣା ପଡିଲା ଯେ ଯେଉଁ ଲୋକ ସକାଳେ ଉଠି ଫୋନ ଧରନ୍ତି ତାଙ୍କ ଦିନ ଷ୍ଟ୍ରେସ୍ସଫୁଲ୍ ହୋଇଥାଏ ଯାହା କାରଣ ରୁ ତାଙ୍କୁ ନିଜ କାମ କରିବା ପାଇଁ ବହୁତ କଷ୍ଟ ହୋଇଥାଏ ।

 

ବିଶେଷଜ୍ଞମାନଙ୍କ ଅନୁଯାଇ ସକାଳେ ଉଠି ଯେତେବେଳେ ଆମେ ନୋଟିଫିକେସନ ଦେଖୁ ଆମ ବ୍ରେନ ସେହି ସବୁ ବିଷୟ ରେ ଭାବୁ ଥାଏ, ଯାହା କାରଣରୁ ଆମର ଆଉ କୌଣସି କାମ ରେ ଧ୍ୟାନ ଯାଏ ନାହିଁ ଓ ଏହା କଲେ ଆମ କାର୍ଯ୍ୟ କ୍ଷମତା ଉପରେ ବି ପ୍ରଭାବ ପଡି ଥାଏ ।

ସକାଳେ ସେମିତି ରେ ବି ବ୍ଲଡ ପ୍ରେସର ବଢି ଥାଏ ଏବଂ ଆଡୁ ସାଡୁ ନୋଟିଫିକେସନ ଦେଖି ପ୍ରେସର ଆହୁରି ବଢି ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ନୂଆ ଦିନ ରେ ନୂଆ ଆରମ୍ଭ କଲେ ଭଲ ହୋଇଥାଏ କିନ୍ତୁ ଆମେ ସକାଳେ ଉଠି ଯେତେବେଳେ  ପୁରୁଣା ଦିନ ର ଚାଟିଙ୍ଗ ଓ ନୋଟିଫିକେସନ ଦେଖେ ତ ସେତେବେଳେ ଆମ ମନ ଆଉ ନୂଆ ନଥାଏ ସେହା ବର୍ତ୍ତମାନ ରେ ନୁହେଁ ଭୂତକାଳ କୁ ପଳେଇଯାଏ ଯାହା କାରଣ ରୁ ଆମ ଦିନ ସୁଖମୟ ହୋଇ ନଥାଏ ।

 

ଏକ୍ସପର୍ଟ ଅନୁଯାଇ ସକାଳେ ଉଠି ଫୋନ ଦେଖିବା ଉଚିତ ନୁହେଁ, ସକାଳେ ଉଠି ଯୋଗ ବା ମେଡିଟେସନ କରନ୍ତୁ, ମେଡିଟେସନ ବା ଯୋଗ କଲେ  ମନ ଶାନ୍ତ ରହିବ ଯାହା ଦ୍ଵାରା କାମ ରେ ମନ ଲାଗିବ ଏବଂ ଆପଣଙ୍କୁ ଉନ୍ନତି ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button