ଦେଶ- ବିଦେଶ

ନିଜର କଷ୍ଟକୁ ଭୁଲି ଶିଶୁକୁ କ୍ଷୀର ପିଆଇବାକୁ ଲାଗିଲା ମା, ଏହି ବସ ଦୁର୍ଘଟଣାର ଫଟୋ ସବୁ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ମା ହେବା ଏକ ମହିଳା ପାଇଁ ସବୁଠୁ ବଡ ସୋଭାଗ୍ୟର କଥା ଅଟେ । ମା’ର ବ୍ୟଥା ଓ କଷ୍ଟର କରଜ କେହି ବି ସୁଝି ପାରିବେ ନାହିଁ । ସେଥିପାଇଁ ମା’ ଶବ୍ଦରେ ବହୁତ ଇମୋଶନ ଭରପୁର ଥାଏ । ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ମା’ଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ଉପରେ ଆପତ୍ତି ଆସିବା ପରେ ବି ସେ ନିଜର କଷ୍ଟ ଭୁଲି ନିଜର ପିଲାକୁ କ୍ଷୀର ଦେବାକୁ ଲାଗିଲା, ଚାଲନ୍ତୁ ଜାଣିବା କଣ ଅଟେ ପୁରା ମାମଲା ?

ନିଜର କଷ୍ଟ ଭୁଲି ପିଲାକୁ କ୍ଷୀର ପିଆଇବାକୁ ଲାଗିଲା ମା’

ନୋଏଡା – ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ସେକ୍ଟର – ୧୫୦ ସାମ୍ନାରେ ୧୬ ମେ ଗୁରୁବାର ଦିନ ସକାଳେ ନଲେଜ ପାର୍କ ଅଞ୍ଚଳରେ ଆଗ୍ରାରୁ ଦିଲ୍ଲୀ ଆସୁଥିବା ବସ ଅସନ୍ତୁଳିତ ହୋଇଗଲା ଓ ଡିଭାଇଡ଼ର ଭାଙ୍ଗି ଗ୍ରୀନ ବେଲ୍ଟ ଉପରେ ଲାଗିଥିବା ପୋଲ ଖୁଣ୍ଟିରେ ଯାଇ ଧକା ହେଲା । ଦୁର୍ଘଟଣାରେ ବସରେ ଥିବା ୬୦ ଜଣ ଲୋକ କ୍ଷତ ବିକ୍ଷତ ହୋଇଗଲେ ଓ ଗମ୍ଭୀର ରୂପରେ ଆଘାତ ହୋଇଥିବା ଲୋକମାନଙ୍କୁ ପାଖରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଗଲା ।

ଏହି ଦୁର୍ଘଟଣା ପରେ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଗଲେ ଓ ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜୁଛନ୍ତି । ସୋସିଆଲ ମିଡିଆରେ ବସ ଦୁର୍ଘଟଣାର ଫଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳାଙ୍କୁ ନିଜ ଶିଶୁକୁ କ୍ଷୀର ଦେଉଥିବାର ଫଟୋ ଦେଖା ଯାଇଛି ।

ଯାହାଙ୍କର ମୁଣ୍ଡରେ ଆଘାତ ଲାଗିଛି ଓ ରକ୍ତ ବି ବାହାରୁଛି । କିନ୍ତୁ ସେ ନିଜ ମୁଣ୍ଡ ଉପରେ ଦୁପଟ୍ଟା ବାନ୍ଧି ଓ ରାସ୍ତା ଉପରେ ବସି ଶିଶୁକୁ କ୍ଷୀର ଦେଉଛି । କହିବାକୁ ଗଲେ ନିଜର ୧୦ ମାସର ଶିଶୁକୁ ଭୋକରେ କାନ୍ଦିବାର ଦେଖି ମା ନିଜର ବ୍ୟଥାକୁ ଭୁଲି ଯାଇ ନିଜ ଶିଶୁକୁ କ୍ଷୀର ଦେଉଥିଲା । ଏହା ସହିତ ତାଙ୍କ ପାଖରେ ୩ ବର୍ଷର ପୁଅ ବି ଅଛି । ଏହି ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ଏହି ଦୁର୍ଘଟଣାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଛାଡି ଦେଇଛନ୍ତି ।

ଏହାପରେ ସୋସିଆଲ ମିଡିଆରେ ଏହାର ସୂଚନା ବି ଲୋକମାନଙ୍କୁ ଦିଆଗଲା ଯାହା ଦ୍ଵାରା କାହାର ପରିଜନ ଯଦି ସେହି ବସରେ ଥିବେ ତେବେ ସେ ତାଙ୍କ ସହିତ ଦେଖା କରି ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button