ପିଲା ମାନିଲେନି ମ୍ୟାଡମ୍ଙ୍କ କଥା, ରାଗରେ ପିଲାଙ୍କ ଚୁଟି କାଟିଦେଲେ ଶିକ୍ଷୟିତ୍ରୀ
ପିଲାଙ୍କ ଚୁଟି କାଟିଦେଲେ ଇଂଲିଶ ଶିକ୍ଷକ । ଏମିତି ଘଟଣା ତେଲଙ୍ଗାନାର ଖମ୍ମମ ଜିଲ୍ଲର କଲ୍ଲର ମଣ୍ଡଳ ହାଇସ୍କୁଲରେ ଘଟିଛି । ସ୍କୁଲର କିଛି ଛାତ୍ର ଲମ୍ବା ଚୁଟି ରଖିଥିଲେ । ତେଣୁ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ଢଙ୍ଗରେ ଚୁଟି କାଟି ଆସିବାକୁ କହିଥିଲେ । ପିଲାମାନେ ଶିକ୍ଷୟିତ୍ରୀଙ୍କ କଥା ଶୁଣିନଥିବାରୁ ନିଜେ ପିଲାଙ୍କ ଚୁଟି କାଟିଦେଇଛନ୍ତି ଶିକ୍ଷୟିତ୍ରୀ ।
ଶିକ୍ଷୟିତ୍ରୀ ଜଣକ ସ୍କୁଲ ପ୍ରାୟ ୧୫ ଜଣ ପିଲାଙ୍କ ଚୁଟି କାଟିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଖବର ମୁତାବକ, ତେଲଙ୍ଗାନାର ଖମ୍ମମ ଜିଲ୍ଲର କଲ୍ଲର ମଣ୍ଡଳ ହାଇସ୍କୁଲରେ କିଛି ଛାତ୍ର ଲମ୍ବା ଚୁଟି ରଖିଥିଲେ । ତେଣୁ ଶିକ୍ଷୟିତ୍ରୀ ଜଣକ ପିଲାମାନଙ୍କୁ ଢଙ୍ଗରେ ଚୁଟି କାଟି ଆସିବାକୁ କହିଥିଲେ । ପିଲାମାନେ ଶିକ୍ଷୟିତ୍ରୀଙ୍କ କଥା ଶୁଣିନଥିବାରୁ ନିଜେ ପିଲାଙ୍କ ଚୁଟି କାଟିଦେଇଛନ୍ତି ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀ ଜଣକ ସ୍କୁଲ ପ୍ରାୟ ୧୫ ଜଣ ପିଲାଙ୍କ ଚୁଟି କାଟିଛନ୍ତି ।
ତେବେ ଶିକ୍ଷୟିତ୍ରୀଙ୍କ ଏଭଳି କାମରେ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଛି । ପିଲାମାନେ ଅପମାନିତ ହୋଇଥିବା ଅନୁଭବ କରୁଛନ୍ତି । ପିଲାମାନଙ୍କ ଚୁଟି ଏଭଳି କଟାଯାଇଥିଲା ଯେ, ଯାହାକୁ ଅବିଭାବକ ଦେଖିବା ପରେ ସ୍କୁଲରେ ଅଭିଯୋଗ କରିଥିଲେ ।
ତେବେ ଏହାକୁ ନେଇ ଶିକ୍ଷୟିତ୍ରୀ ଜଣକ କହିଛନ୍ତି, ପିଲାମାନେ ତାଙ୍କ କଥା ଶୁଣୁନଥିଲେ । ମୁଁ ଅନେକ ଥର ପିଲାଙ୍କୁ ଚୁଟି କାଟି ଆସିବାକୁ କହିଥିଲି, କିନ୍ତୁ ସେମାନେ କିଛି ଶୁଣିନଥିଲେ ।
ଯଦି ପିଲାମାନେ ଏଭଳି ଅପମାନ ସହି ନ ପାରି କିଛି କରନ୍ତି, ତେବେ ତାର ଦାୟୀ କିଏ ହେବ ବୋଲି ଅବିଭାବକ ପ୍ରଶ୍ନ କରିଛନ୍ତି । ଏହାପରେ ଶିକ୍ଷୟିତ୍ରୀ ଜଣକ ପିଲାଙ୍କ ଅବିଭାବକଙ୍କୁ କ୍ଷମା ମାଗିଥିଲେ । ତେବେ ଏହି ମାମଲା ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀଙ୍କ ନିକଟରେ ପହଞ୍ଚି