ଅପରାଧ
ମା’ କୋଳରୁ ଛୁଆକୁ କୂଅରେ ପକାଇଦେଲା ଦୁର୍ବୃତ୍ତ

: ମା’ କୋଳରୁ ଛୁଆକୁ ନେଇ କୂଅରେ ପକାଇଦେଲା ଦୁର୍ବୃତ୍ତ ! ଏମିତି ଅଭିଯୋଗ ହୋଇଛି କଟକ ନରସିଂହପୁର ଥାନା ଅଂଚଳରେ | ଜଣେ ୬ ମାସର ଶିଶୁ ପୁତ୍ରର ମୃତଦେହ କୂଅରୁ ଉଦ୍ଧାର ହେବ ପରେ ଏପରି ଆଲୋଚନା ଜୋର ଧରିଛି | ଏହି ଅଘଟଣ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ଥାନା ସୁବଳୟାଗ୍ରାମରେ |
ସୂଚନା ଅନୁସାରେ, ଗ୍ରାମର ଚିତରଞ୍ଜନ ନାୟକଙ୍କ ସ୍ତ୍ରୀ ସହ ତାଙ୍କ ୬ ମାସର ପୁଅ ଅରୂପାନନ୍ଦ ପାଖରେ ଶୋଇଥିବା ବେଳେ ପୁଅକୁ କେହି ଉଠାଇ ନେଇ କୂଅରେ ପକାଇ ଦେଇଥିବା ଅଭିଯୋଗ କରିଛନ୍ତି ଚିତରଞ୍ଜନ ଓ ତାଙ୍କ ସ୍ତ୍ରୀ | ତେବେ ଏନେଇ ଅଧିକ ତଦନ୍ତ କରୁଛି ନରସିଂହପୁର ପୋଲିସ | ମା’ ପୁଅ ସାଙ୍ଗ ହୋଇ ଶୋଇଥିଲେ ଓ କିଛି ସମୟ ପରେ ମା’ ଉଠି ଦେଖେତ ପୁଅ ପାଖରେ ନାହିଁ | ବହୁ ଖୋଜାଖୋଜି ପରେ ଦୂରରେ ଥିବା କୂଅରେ ପଡିଥିବା ଦେଖି ତାକୁ ଉଦ୍ଧାର କରି ନରସିଂହପୁର ଡାକ୍ତରଖାନା ନେଇଥିଲେ | ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ |