ଜ୍ୟୋତିଷ

ସୋମବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସହାୟତାରେ ଲାଭବାନ୍‌ ହେ​‌େ​‌ବ। ଭୋଜନ ରୁଚିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। କର୍ମଠ ହେବେ। ବୃଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିବେ।

ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ।
ମିଥୁନ: ଅଧିକ ଜ୍ଞାନାର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟ ଫଳପ୍ରସୂ ହେବ। ଯଶସ୍ବୀ ହେବେ।
କର୍କଟ:କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କାର୍ଯ୍ୟ କରୁଥିବା ସଂସ୍ଥାରୁ ବକୟା ଅର୍ଥ ପାଇ ଆର୍ଥିକ ସ୍ଥିତିକୁ ଉନ୍ନତମାନର କରିପାରନ୍ତି। ବିବାଦୀୟ କାର୍ଯ୍ୟରେ ବିଜୟୀ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି।
ସିଂହ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତଙ୍କ ନମସ୍ୟ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପାରିବାରିକ ସୁଖ ମିଳିବ।
କନ୍ୟା: ସାହସ ସଞ୍ଚୟ କରି ଆଶୁ ସମସ୍ୟାର ମୁକାବିଲା କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସୁଖ ଓ ଦୁଃଖର ଅନୁଭୂତିକୁ ଭୁଲିଯାଇ ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇପାରନ୍ତି।
ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଖାଦ୍ୟ ସହିତ ଆନନ୍ଦ ଉପଭୋଗ କରିବେ।
ବିଛା: କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ଧନ, ମାନ, ଗୌରବର ଅଧିକାରୀ କରିବ। ନିଜର ଧୀ’ଶକ୍ତି ବଳରେ ଶତ୍ରୁତାର ଅବସାନ ଘଟାଇପାରନ୍ତି। ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିଥିବାରୁ ଆବଶ୍ୟକ ଋଣ ମିଳିବ।
ଧନୁ: ଗୁରୁଦାୟିତ୍ବ ବହନକରି ତା’ର ସୁପରିଚାଳନା ପାଇଁ ସତତ ଚେଷ୍ଟା ଜାରି ରଖିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି। କାର୍ଯ୍ୟ କ୍ଷେତ୍ରରେ ପତ୍ନୀଙ୍କ ପରାମର୍ଶ ଓ ସହଭାଗିତା ଉପାଦେୟ ହେବ।
ମକର: କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ୍‌ ପ୍ରାପ୍ୟ ହାସଲ କରିପାରନ୍ତି। ବାସଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ। ପରିଶ୍ରମୀ ହେବେ।
କୁମ୍ଭ:ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ମନ ବଳାଇ ପାରନ୍ତି। ଦେବ ଦର୍ଶନ କରି ଆତ୍ମ ଶାନ୍ତି ଲାଭ କରିବେ। ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। ଆତ୍ମବଳରେ ବଳୀୟାନ ହେବେ।
ମୀନ: ବିବିଧ ଉପାୟରେ ଧନ ଅର୍ଜନ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିଜ୍ଞ ହେବେ। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁ ହେବେ। ହୃଷ୍ଟଚିତ୍ତ ହେବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button